ଓଡିଆନ୍ ନ୍ୟୁଜ

32

୧୨୦ ଉତ୍ତରାଧିକାରୀଙ୍କ ମଧ୍ୟରେ ବଣ୍ଟାହେବ ନିଜାମଙ୍କ ସମ୍ପତ୍ତି

Team Odian News |

ହାଇଦ୍ରାବାଦ:  ହାଇଦ୍ରାବାଦର ଶେଷ ନିଜାମ ମିର୍‌ ଓସ୍‌ମାନ ଅଲି ଖାନଙ୍କର ନାଟ୍‌ଓ୍ବେଷ୍ଟ ବ୍ୟାଙ୍କରେ ୧୯୪୮ରୁ ଜମା ଥିବା ୩୫ ନିୟୁତ ପାଉଣ୍ଡ (୩୦୬ କୋଟି ଟଙ୍କା) ତାଙ୍କର ୧୨୦ରୁ ଊର୍ଦ୍ଧ୍ୱ ଉତ୍ତରାଧିକାରୀଙ୍କ ମଧ୍ୟରେ ବଣ୍ଟାଯିବ।ନିଜାମଙ୍କର ମୋଟ ୩୦୬ କୋଟି ଟଙ୍କା ସମ୍ପତ୍ତି ରହିଛି। ଏହି ସମ୍ପତ୍ତି ଉପରେ ନିଜାମଙ୍କ ବଂଶଧର ତଥା ହାଇଦ୍ରାବାଦର ଅଷ୍ଟମ ନିଜାମ ମୁକରମ୍ ଜାହା ଓ ତାଙ୍କ ସାନ ଭାଇ ମୁଫଖମ୍ ଜାହାଙ୍କ ସମେତ ପ୍ରାୟ ୧୨୦ ଜଣ ଦାବିଦାର ବାହାରିଲେଣି।

୧୯୪୮ରେ ତତ୍କାଳୀନ ହାଇଦ୍ରାବାଦ ନିଜାମଙ୍କ ଅର୍ଥମନ୍ତ୍ରୀ ୧୦ ଲକ୍ଷ ପାଉଣ୍ଡ ଲଣ୍ଡନରେ ନିଯୁକ୍ତ ତତ୍କାଳୀନ ପାକିସ୍ତାନ ହାଇକମିଶନଙ୍କୁ ଦେଇଥିଲେ । ଏହି ବିପୁଳ ଧନରାଶିର ମାଲିକାନା ପାଇଁ ୧୯୫୪ରେ ନିଜାମ ସପ୍ତମ ମିର୍ ଓସମାନ ଅଲ୍ଲି ଖାନ ଲଣ୍ଡନ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ୨୦୧୩ରେ ଏହି ସଂପତ୍ତି ପାଇଁ ଦାବି କରିଥିଲା ପାକିସ୍ତାନ । ଏହାକୁ ଚ୍ୟାଲେଞ୍ଜ କରି ଭାରତ ସରକାରଙ୍କ ସହ ହାତ ମିଳାଇଥିଲେ ନିଜାମଙ୍କ ବଂଶଧର । ଶେଷରେ ଲଣ୍ଡନର ରୟାଲ୍ କୋର୍ଟ ଅଫ୍ ଜଷ୍ଟିସ୍ ଭାରତ ସପକ୍ଷରେ ରାୟ ଦେଇ ଏ ସମସ୍ତ ସମ୍ପତ୍ତି ଭାରତ ଓ ନିଜାମଙ୍କ ଉତ୍ତରାଧିକାରୀଙ୍କର ବୋଲି କହିଛନ୍ତି । ମାମଲା ଜିତି ଥିବାରୁ ଖୁସି ଥିଲେ ମଧ୍ୟ ଏହି ସମ୍ପତ୍ତିର ଭାଗବଣ୍ଟା କିପରି ହେବ ସେ ନେଇ ପ୍ରଶ୍ନ ଉଠିଛି। କାରଣ ନିଜାମଙ୍କର ଆଉ ଜଣେ ନାତି ତଥା ନିଜାମଙ୍କ ପରିବାର କଲ୍ୟାଣ ସଂଘର ମୁଖ୍ୟ ନଜଫ ଅଲ୍ଲୀ ଖାନ୍‌ଙ୍କ ସହ ୧୨୦ ଜଣ ଉତ୍ତରାଧିକାରୀ ଏହି ସମ୍ପତ୍ତିର ହକ୍‌ଦାର ଅଛନ୍ତି।  ଭାରତ ସରକାର ସରକାର ମଧ୍ୟ ଏହାର ଭାଗ ପାଇପାରନ୍ତି କିନ୍ତୁ କେନ୍ଦ୍ର ସରକାର ଏଥିପାଇଁ ନିଜର ଦାବି ରଖିଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।