ଓଡିଆନ୍ ନ୍ୟୁଜ

38

ଭାରତୀୟ ସେନା ଅରୁଣାଚଳ ପ୍ରଦେଶରେ ଚୀନ୍‌ ବିପକ୍ଷରେ ନୂଆ ଯୁଦ୍ଧ କୌଶଳ ପରୀକ୍ଷା କରିବ

Team Odian News |

ନୂଆଦିଲ୍ଲୀ: ଭାରତୀୟ ସେନା ଅରୁଣାଚଳ ପ୍ରଦେଶ ଠାରେ ବାସ୍ତବ ନିୟନ୍ତ୍ରଣ ରେଖା ଠାରୁ ୧୦୦ କିଲୋମିଟର ପଛ ସୀମାନ୍ତ ଅଞ୍ଚଳ ଏବଂ ସମୁଦ୍ର ପତ୍ତନ ଠାରୁ ୧୪, ୦୦୦ ଫୁଟ ଉଚ୍ଚରେ ଚୀନ୍‌ ବିପକ୍ଷରେ ନୂଆ ଯୁଦ୍ଧ କୌଶଳ ପରୀକ୍ଷା ପାଇଁ ଅଭ୍ୟାସ ଆରମ୍ଭ କରିଛି।  ଆସନ୍ତା ତିନି ସପ୍ତାହବ୍ୟାପୀ ତାଓ୍ଵାଙ୍ଗ୍‌ ନିକଟସ୍ଥ ଅରୁଣାଚଳ ପ୍ରଦେଶର ଉପର ପାର୍ଶ୍ୱରେ ପର୍ଯ୍ୟାୟକ୍ରମେ ନୂତନ ଭାବେ ପରିକଳ୍ପିତ ‘ଇଣ୍ଟେଗ୍ରେଟେଡ୍‌ ବ୍ୟାଟଲ୍‌ ଗ୍ରୁପ୍‌’ର (ଆଇବିଜି) ସାମର୍ଥ୍ୟ ପରୀକ୍ଷା କରାଯିବ।  ଏହା ଛୋଟ ଛୋଟ ପର୍ଯ୍ୟାୟରେ ଚାଲିବା ପରେ ଅକ୍ଟୋବର ୨୫ ତାରିଖ ଦିନ ଚୂଡ଼ାନ୍ତ ପର୍ଯ୍ୟାୟ ସମାପନ ହେବ। ଅଭ୍ୟାସ ଅଞ୍ଚଳରେ ସୀମିତ ହୋଇଥିବାରୁ କେବଳ ପର୍ଯ୍ୟାୟ କ୍ରମେ ହିଁ ଅଭ୍ୟାସ ସମ୍ଭବ। ବାସ୍ତବ ନିୟନ୍ତ୍ରଣ ରେଖାର ଅତି ନିକଟକୁ ଯାଇ ପାରୁ ନ ଥିବା କାରଣରୁ ସୀମିତ ସ୍ଥାନ ମଧ୍ୟରେ ସାମରିକ ଅଭ୍ୟାସ ଚଳାଇବା ଗୋଟାଏ ବଡ଼ ଚାଲେଞ୍ଜ୍‌।