ଓଡିଆନ୍ ନ୍ୟୁଜ

34

ଅନନ୍ତନାଗରେ ଆତଙ୍କବାଦୀଙ୍କ ଗ୍ରେନେଡ୍‌ ଆକ୍ରମଣ

Team Odian News |

ଶ୍ରୀନଗର: ଶନିବାର ଦିନ ଜମ୍ମୁ-କଶ୍ମୀର ଅନନ୍ତନାଗରେ ଆତଙ୍କବାଦୀମାନେ ଗ୍ରେନେଡ୍‌ ଆକ୍ରମଣ କରିଛନ୍ତି। ଜଣେ ଆତଙ୍କବାଦୀ ଗ୍ରେନେଡ୍‌ ଫିଙ୍ଗିବା ପରେ ସେଠାରୁ ଫେରାର ହୋଇଯାଇଛନ୍ତି।  ଅନନ୍ତନାଗ ଜିଲ୍ଲାସ୍ଥିତ ଡେପୁଟି କମିସନର୍‌ଙ୍କ ଅଫିସ୍‌ ବାହାରେ ଆତଙ୍କବାଦୀମାନେ ଗ୍ରେନେଡ୍‌ ଆକ୍ରମଣ କରିବାରୁ ଅନ୍ୟୂନ ଦଶଜଣ ବ୍ୟକ୍ତି ଆହତ ହୋଇଥିବା କଥା ଜଣେ ପୁଲିସ ଅଧିକାରୀ କହିଛନ୍ତି। ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ଅଞ୍ଚଳକୁ ସୁରକ୍ଷାକର୍ମୀ ଘେରି ରହିଛନ୍ତି। ଏହାର ତଦନ୍ତ ଜାରି ରହିଛି। ସେ କହିଛନ୍ତି: ଦିନ ପ୍ରାୟ ୧୧ଟା ବେଳେ ଏଠାରୁ ପ୍ରାୟ ୫୫ କିଲୋମିଟର ଦୂର ଅନନ୍ତନାଗ ସହରରେ କଡ଼ା ପହରା ଦିଆଯାଇଥିବା ପରିସର ବାହାରେ ଗୋଟାଏ ସିକ୍ୟୁରିଟି ପାଟ୍ରୋଲ୍‌ ଉପରକୁ ସେମାନେ ଗ୍ରେନେଡ୍‌ ଫିଙ୍ଗିଥିଲେ।