ଓଡିଆନ୍ ନ୍ୟୁଜ

14

ଚେନ୍ନାଇରୁ ଚୋରି ମାମଲାରେ ଫେରାର ଥିବା ଅଭିଯୁକ୍ତ ଗୌରାଙ୍ଗ ଜେନା ଗିରଫ

Team Odian News |

ଆନନ୍ଦପୁର: ଚେନ୍ନାଇରେ ୧୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଚୋରି ମାମଲାରେ ଜଣେ ଲୋକକୁ ପୁଲିସ ଗରିଫ କରିଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲାର ଘସିପୁରା ଥାନା ଅଞ୍ଚଳରେ ଥିବା ଦରଡ଼ିପାଳ ଗାଁରୁ ଅଭିଯୁକ୍ତ ଗୌରାଙ୍ଗ ଜେନାକୁ ଗତକାଲି ବିଳମ୍ବିତ ରାତିରେ ଚେନ୍ନାଇ ପୁଲିସ ଗିରଫ କରିଥିବା ଜଣାଯାଇଛି। ଅଭିଯୁକ୍ତ ଗୌରାଙ୍ଗ ଜେନା ଚେନ୍ନାଇରେ ଜଣେ ଲୋକଙ୍କ ଘରେ କାମ କରୁଥିଲା। ଘରେ କେହି ନଥିବାର ସୁଯୋଗ ନେଇ ସେ ମାଲିକଙ୍କ ଘରେ ଥିବା ସୁନା ଅଳଙ୍କାର ଲୁଟି ନେଇ ନିଜ ଗାଁକୁ ଚାଲି ଆସିଥିଲା। ଚେନ୍ନାଇରୁ ଚୋରି କରି ଆସି ଓଡ଼ିଶାରେ ଲୁଚିଥିଲେ। ହେଲେ ସେମାନଙ୍କ ମଧ୍ୟରୁ ଜଣକୁ ଉଠାଇ ନେଇଛି ତାମିଲନାଡୁ ପୁଲିସ୍‌। । ସୂଚନା ଅନୂଯାୟୀ, ଗୌରାଙ୍ଗ ଓ ଶିବା ଚେନ୍ନାଇର ତିରୁଭନମିୟୁର୍ ପୁଲିସ୍ ଷ୍ଟେସନ୍ ଅଞ୍ଚଳର ଲିକାୟତ ଅଲିଙ୍କ ଘରେ ଘରୋଇ ସହାୟକ ଭାବେ କାମ କରୁଥିଲେ। ଏ ଦୁହେଁ ତାଙ୍କ ଘରୁ ଟଙ୍କା, ସୁନା ଓ ବିଦେଶୀ ମୁଦ୍ରା ଚୋରି କରି ଫେରାର ହୋଇଯାଇଥିଲେ। ଏନେଇ ଲିକାୟତ ଅଲି ଅଗଷ୍ଟ ୧୪ ତାରିଖରେ ଥାନାରେ ଅଭିଯୋଗ କରିଥିଲେ। ତାମିଲନାଡୁ ପୁଲିସ୍‌ ଘଟଣାର ତଦନ୍ତ କରି ଦୁଇ ଲୁଟେରାଙ୍କ ଘର ଓଡ଼ିଶାରେ ବୋଲି ଜାଣିବାକୁ ପାଇଥିଲା। ଗତକାଲି ବିଳମ୍ବିତ ରାତିରେ ତାମିଲନାଡୁ ପୁଲିସ୍ ସଂପୃକ୍ତ ଯୁବକଙ୍କ ଘରେ ଚଢ଼ାଉ କରିଥିଲା। ପୁଲିସ୍‌ ଗୌରାଙ୍ଗକୁ ଗିରଫ କରିବାରେ ସଫଳ ହୋଇଥିବା ବେଳେ ଶିବା ପୁଲିସ୍‌କୁ ଚକମା ଦେଇ ଫେରାର ହୋଇଯାଇଥିଲା। ଗୌରାଙ୍ଗକୁ ପୁଲିସ୍‌ ଗିରଫ କରି ତାମିଲନାଡୁ ନେଇ ଯାଇଛି।