ଓଡିଆନ୍ ନ୍ୟୁଜ

13

ରାଜ୍ୟର ୧୦ଟି ଖଣି ନିଲାମ ହେବ

Team Odian News |

ଭୁବନେଶ୍ବର :ରାଜ୍ୟର ୧୦ଟି ଖଣି ନିଲାମ ହେବ|ସରକାର ପ୍ରାଥମିକ ପର୍ଯ୍ୟାୟରେ ଲୁହାପଥର ଓ ମାଙ୍ଗାନିଜ ଖଣି ମିଶି ମୋଟ ୧୦ଟି ଖଣି ନିଲାମ କରିବେ। ଖଣି ନିଲାମ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚକ୍ଷମତା ସମ୍ପନ୍ନ କମିଟି ଅନୁମୋଦନ ପରେ ଇସ୍ପାତ ଓ ଖଣି ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ବିଜ୍ଞପ୍ତି ଅନୁଯାୟୀ, ନୂଆଗାଁ ଲୁହା ପଥର ଖଣି, ଠାକୁରମୁଣ୍ଡା ଲୁହା ପଥର, ସିଲିଯୋରା-କାଳିମାଟି ଲୁହା ଓ ମାଙ୍ଗାନିଜ୍ ବ୍ଲକ୍, ଜିଲିଂ-ଲାଙ୍ଗାଲୋଟା ଲୁହା ପଥର, ଜରିବାହାଲ ଲୁହାପଥର, ରୋଇଡ଼ା-୨ ଲୁହା ପଥର, ଜୁରୁରୀ ଲୁହା ପଥର, ନାରାୟଣପୋଷୀ ଲୁହା ପଥର ଓ ମାଙ୍ଗାନିଜ୍, ମହୁଲୁଖା ଲୁହା ପଥର ଓ ମାଙ୍ଗାନିଜ୍ ଓ ଗଣୁଆ ଲୁହା ପଥର ଖଣି ନିଲାମ କରାଯିବ।ଏହିସବୁ ଖଣି ନିଲାମ ପାଇଁ ପ୍ରଥମେ ଟେଣ୍ଡର ଆହ୍ବାନ କରାଯାଇଛି। ଟେଣ୍ଡର ଫି ବାବଦରେ ୫ ଲକ୍ଷ ଟଙ୍କା ଲେଖାଏଁ ଫି ଆବେଦନକାରୀଙ୍କୁ ଦାଖଲ କରିବାକୁ ପଡ଼ିବ। ନଭେମ୍ବର ୧୫ ତାରିଖରୁ ୧୮ ତାରିଖ ଭିତରେ ଟେଣ୍ଡର ପକାଇବା ପାଇଁ ଦିନ ଧାର୍ଯ୍ୟ କରାଯାଇଛି।