ଓଡିଆନ୍ ନ୍ୟୁଜ

12

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅସ୍ତରଙ୍ଗରେ ବାପା ଏବଂ ପୁଅଙ୍କୁ ମରଣାନ୍ତକ ଆକ୍ରମଣ

Team Odian News |

ଅସ୍ତରଙ୍ଗ: ଗତକାଲି ବିଳମ୍ବିତ ରାତିରେ ଆଳ ସାହି ଭୀମାଛକରେ ବାପା-ପୁଅଙ୍କୁ ମରଣାତ୍ମକ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ ।  ଘଟଣାସ୍ଥଳରେ ପୁଅ ଦିଲୀପ ସ୍ବାଇଁଙ୍କର  ମୃତ୍ୟୁ ହୋଇଥିବା ବେଳେ ବାପା ସାଧୁ ଗୁରୁତର ଥିବା ଜଣାଯାଇଛି। ଆକ୍ରମଣର କାରଣ ଅସ୍ପଷ୍ଟ ଥିବା କୁହାଯାଉଛି। ଅଭିଯୁକ୍ତ ଫେରାର, କାର୍ ଓ ଛୁରୀ ଜବତ, ଅସ୍ତରଙ୍ଗ ପୁଲିସର ତଦନ୍ତ ଜାରି ରହିଥିବା ଜଣାଯାଇଛି। । ମିଳିଥିବା ସୂଚନା ଅନୁଯାୟୀ  ପୁରୀ ଜିଲ୍ଲା ଅସ୍ତରଙ୍ଗ ଆଳ ସାହିରେ ବାପା ଏବଂ ପୁଅଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବାର ଖବର ମିଳିଛି। ସେମାନେ ୪ ଜଣ ଥିବା କୁହାଯାଉଛି। ଭୁଜାଲି ଓ ଚାପଡ଼ରେ ସେମାନଙ୍କ ଉପରକୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏଥିରେ ପୁଅ ଦିଲୀପଙ୍କର ମୃତ୍ୟୁ  ହୋଇଥିବା ବେଳେ ବାପା ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।  ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଛି । ଗତକାଲି ବିଳମ୍ବିତ ରାତିରେ କାରରେ ଆସି ଦୁର୍ବୃତ୍ତମାନେ ଏହି ଆକ୍ରମଣ କରିଥିବା ଜଣାପଡ଼ିଛି । ଏହି ଘଟଣାରେ ପୁଲିସ କାର ଓ ଛୁରୀ ଜବତ କରିଛି । ଏପଟେ ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛନ୍ତି ସ୍ଥାନୀୟ ବାସିନ୍ଦା । ଅଭିଯୁକ୍ତଙ୍କ ଗିରଫ ଦାବି ସହ କ୍ଷତିପୁରଣ ଦାବି କରି  ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଘଟଣାସ୍ଥଳରେ  ଅସ୍ତରଙ୍ଗ ଥାନା ଅଧିକାରୀ ଶରତ କୁମାର ନାୟକ ଉପସ୍ଥିତ ଥିବାର ସୂଚନା ରହିଛି।