ଓଡିଆନ୍ ନ୍ୟୁଜ

13

ମହାଷ୍ଟମୀରେ ବିଭିନ୍ନ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ

Team Odian News |

ଭୁବନେଶ୍ୱର:  ଗତକାଲି ସପ୍ତମୀରେ ଚକ୍ଷୁଦାନ ପରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି ମା’। ଆଜି ମହାଷ୍ଟମୀ।  ଚାରିଆଡ଼େ ଶାରଦୀୟ ଦୁର୍ଗାପୂଜାର ଉଲ୍ଲାସ।  ଧୂପ, ଦୀପ, ନୈବେଦ୍ୟ ସହ ପୂଜକଙ୍କ ଚଣ୍ଡୀପାଠ ଓ ମନ୍ତ୍ରୋଚ୍ଚାରଣ, ଆଉ ଶ୍ରଦ୍ଧାଳୁଙ୍କ ଭକ୍ତିଶ୍ରଦ୍ଧାରେ ଉଛୁଳି ଉଠୁଛି ପୂଜାମଣ୍ଡପ।  ବିଭିନ୍ନ ପୂଜା ମଣ୍ଡପରେ  ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା।  ଭୁବନେଶ୍ୱରରେ ଇନ୍ଦ୍ରପୁରୀ, ପଦ୍ମାବତୀ ପ୍ୟାଲେସ୍, ଲକ୍ଷ୍ନୌ ପ୍ୟାଲେସ୍ ଓ ଅକ୍ଷରଧାମ୍ ଶୋଭା ପାଉଥିବାବେଳେ, ରାଉରକେଲାରେ ଭୁବନେଶ୍ୱରର କମିଶନରେଟ୍ ପୋଲିସ କାର୍ଯ୍ୟାଳୟ, ପୁରୀର ବାହୁଡ଼ା ଯାତ୍ରା ଓ ବାହୁବଳୀ ଫିଲ୍ମର ମାହେଶ୍ୱତୀ ପ୍ୟାଲେସ୍ ଦର୍ଶକଙ୍କୁ ଆକର୍ଷଣ କରୁଛି।ସେହିପରି କଟକ ସହରରେ ମୋଟ ୧୬୨ଟି ମଣ୍ଡପରୁ ୨୭ଟିରେ ସୌନ୍ଦର୍ଯ୍ୟ ବଢାଉଛି ଚାନ୍ଦି ମେଢ଼।  ରୂପା ତାରକସିର ଭଳିକି ଭଳି ସାଜସଜ୍ଜା ସାଙ୍ଗକୁ ମାଆଙ୍କ ସ୍ୱର୍ଣ୍ଣ ଅଳଙ୍କାର ଦେଖିଲା ଭଳି ହୋଇଛି । ଚାଉଳିଆ ଗଞ୍ଜରେ ୫ କିଲୋ ସୁନା ଓ ୪ କୁଇଣ୍ଟାଲ୍ ରୂପା ଲାଗିଥିବା ବେଳେ, ଚୌଧୁରୀ ବଜାର ପୂଜା କମିଟି ସର୍ବାଧିକ ୩୫ କିଲୋ ସୁନା ଓ ଅଢ଼େଇ କୁଇଣ୍ଟାଲ୍ ରୂପା ବ୍ୟବହାର କରାଯାଇଛି।  କଟକ-ଭୁବନେଶ୍ୱରରେ ବିଭିନ୍ନ ପୂଜାମଣ୍ଡପ ନିକଟରେ ରାମଦୋଳୀ ସାଙ୍ଗକୁ ମୀନାବଜାର ଦର୍ଶକଙ୍କର ବେଶ ମନୋରଞ୍ଜନ କରୁଛି।