ଓଡିଆନ୍ ନ୍ୟୁଜ

10

ଟୋଲ୍ ପ୍ଲାଜାରେ ଲାଗୁ ହେବାକୁ ଯାଉଛି ଓ୍ୱାନ୍ ନେସନ୍- ଓ୍ୱାନ୍ ଫାଷ୍ଟଟ୍ୟାଗ୍ ବ୍ୟବସ୍ଥା।

Team Odian News |

ଭୁବନେଶ୍ୱର:ଟୋଲ୍ ଗେଟ୍‌ରେ ଫି’ ଆଦାୟ ହେଉଥିବାରୁ କାର୍ ଓ ବସ୍ ଭଳି ହେଭିୱେଟ ଗାଡ଼ିଗୁଡ଼ିକ ଦୀର୍ଘ ସମୟ ଧରି ଲମ୍ବା ଲାଇନ୍‌ରେ ଛିଡ଼ା ହେଉଛନ୍ତି। ଆସନ୍ତା ଡିସେମ୍ବର ପହିଲାରୁ ଦେଶର ସବୁ ଟୋଲ୍ ପ୍ଲାଜାରେ ଲାଗୁ ହେବାକୁ ଯାଉଛି ଓ୍ୱାନ୍ ନେସନ୍- ଓ୍ୱାନ୍ ଫାଷ୍ଟଟ୍ୟାଗ୍ ବ୍ୟବସ୍ଥା। ଟୋଲ୍ ଆଦାୟକୁ ଇଲେକ୍ଟ୍ରୋନିକ୍ସ ପେମେଣ୍ଟ ମାଧ୍ୟମରେ କରିବା, ଟୋଲ୍ ଫି ଆଦାୟରେ ସ୍ୱଚ୍ଛତା ଓ ଅଯଥା ଟ୍ରାଫିକ୍ ଭିଡ଼ରୁ ମୁକ୍ତି ପାଇଁ କେନ୍ଦ୍ର ସରକାର ଏହି ବ୍ୟବସ୍ଥା ଲାଗୁ କରିବାକୁ ଯାଉଛନ୍ତି। ଜାତୀୟ ରାଜପଥ ସହ ରାଜ୍ୟ ରାଜପଥରେ ମଧ୍ୟ ଏହି ବ୍ୟବସ୍ଥା ଲାଗୁ କରିବାକୁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ରାଜ୍ୟମାନଙ୍କୁ ଚିଠି ଲେଖିଛନ୍ତି। ଆସନ୍ତା ୧୪ ତାରିଖରେ ଦିଲ୍ଲୀରେ ଏନେଇ ଏକ ବୈଠକ ବସିବ।