ଓଡିଆନ୍ ନ୍ୟୁଜ

153

ବିଦ୍ୟାଦାତା ଗଣେଶଙ୍କ ପ୍ରେମରେ ଈଶ୍ୱର ।

Team Odian News |

ବିଦ୍ୟାଦାତା ଗଣେଶଙ୍କ ପ୍ରେମରେ ଈଶ୍ୱର ।
ଭୁବନେଶ୍ୱର,୮/୧୦( ଓଡ଼ିଆନ୍‍ ନ୍ୟୁଜ୍‍ ):ଓଡ଼ିଆ କଳାକାରଙ୍କ ହାତର ଯାଦୁ ଅଛି ନିଆରା । ଏହି କଳା ଏବଂ କଳାକଳାରଙ୍କ ପାଇଁ ଓଡ଼ିଶା ସାରା ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି  । କାଠ ପଥରକୁ ଛୁଇଁଲେ ସେଥିରୁ  ଝଲସି ଉଠେ ସୁନ୍ଦର ସୁନ୍ଦର ମୃର୍ତ୍ତି ।  ଜଗନ୍ନାଥ ମନ୍ଦିରରୁ ଆରମ୍ଭ କରି କୋଣାର୍କ ମନ୍ଦିର ସବୁଠି ଭରି ରହିଛି ସେମାନଙ୍କ ଚମକ୍ରାରି କଳାକୃତି ଓ ତାଙ୍କ କାଉଁରି ହାତର ସ୍ଫର୍ଶ  । ଏହି କଳାର ନିଶା ଏପରି ହୋଇଥାଏ ଯେ କଳାକାର କୌଣସି ବସ୍ତୁକୁ ଏକ ସୂନ୍ଦର ରୂପ ଦେଇ ଦେଇଥାଏ । ସେ କାଚ ହେଉ ଅବା ପଥର କିମ୍ବା ସାବୁନୁ  ।  ଏହିଭଳି ଜଣେ ନିଆରା କଳାକାର ହେଉଛନ୍ତି ଏଲ ଇଶ୍ୱର ରାଓ  । ଯେକି ବୋତଲ ଭିତରେ କାଠପଥର ମଞ୍ଜି, ପେନସିଲ, ଗୁଆ ଆଦିରେ ବିଭିନ୍ନ କଳାକୃତି କରିବା ସହ  । ଏହି କାମ ତାଙ୍କ ପାଇଁ ଗୋଟିଏ ନିଶା ପାଲଟି ଯାଇଛି । କାଚ ବୋତଲଭିତରେ କାଠ, ପଥର, ହଳଦୀ, କୋଚିଲା, ଗଳିଗୁଆ, ସାବୁନ, ଖଡ଼ି ଓ ମାଟିରେ  ପ୍ରଭୃତିରେ ତିଆରି କରିଛନ୍ତି  ବିଭିନ୍ନ ଆକୃତିର ଗଣେଷ, ତିରଙ୍ଗା ପତକା, ଇଣ୍ଡିଆ ଗେଟ, ନବକଳେବର ଛବି, ପ୍ରଭୃତି । ସବୁଠୁ ଅଧିକ ଗଣେଶ ତିଆରି କରିଛନ୍ତି ସେ । ଏହାସହ ପ୍ରତିବର୍ଷ  ଗଣେଷପୁଜା ଅବସରରେ ୪୦୮ ବ୍ୟବହାର ହେଉନଥି ୟୁଜ ଆଣ୍ଡ ଥ୍ରୋ ପେନରେ ତିଆରି କରିଛନ୍ତି ଗଣେଶଙ୍କ ମଣ୍ଡପ । ଇଶ୍ୱରଙ୍କ କଳାକୃତି ଦେଖି ଯେ କେହି ବି ଘଡ଼ିଏ ଅଟକି ଯିବ । ଆଉ କହିବ ଇଶ୍ୱରଙ୍କ ହାତରେ ଯାଦୁ ରହିଛି  । ଏତେ ଛୋଟ ଛୋଟ ବୋତଲ ମଧ୍ୟରେ କେମିତି ସୁନ୍ଦର ସୁନ୍ଦର ମୂର୍ତି ତିଆରି କରୁଛନ୍ତି  । ଈଶ୍ୱରଙ୍କ କଳାକୃତି ଜାଣିବା ପାଇଁ ‘ଓଡ଼ିଆନ୍ ନ୍ୟୁଜ୍ ଟିମ୍’ପହଞ୍ଚିଥିଲା ଏଲ ଈଶ୍ୱର ରାଓଙ୍କ ପାଖରେ  । ଆଉ ତାଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତର କିଛି ଝଲକ...
୨୫ ବର୍ଷରେ ସଫଳତା ପେନରେ ପୂଜାମଣ୍ଡପ
ଇଶ୍ୱରଙ୍କ ଘର ଖୋର୍ଦ୍ଧାଜିଲ୍ଲା ଜଟଣି ହାଟବଜାରରେ ।   ୩୫ ବର୍ଷିୟ ଇଶ୍ୱର, ପେସାରେ ଜଣେ ପଥର କାରିଗର  । ନିହାଣ ମୁନରେ ପଥରକୁ ଦିଅନ୍ତି ଜୀବନ । ହେଲେ ଦିନକୁ ଦିନ ଏହି ସବୁକାମରୁ ଭଲ ରୋଜଗାର ହେଲାନି  । ଲୋକମାନେ ମୂର୍ତ୍ତି ପାଇଁ କହିବେ ହେଲେ ନିଅନ୍ତି ନାହିଁ । ଏହିଭଳି ଅନେକ ସମସ୍ୟା ଦେଖାଗଲା  ଯାହାଫଳରେ ପରିବାର ଲୋକ ଏହିକାମ କରିବାକୁ ବାରଣ କଲେ ଓ ତାଙ୍କୁ ପଥର କାମକୁ ବନ୍ଦ କରିବାକୁ ପଡ଼ିଥିଲା । ହେଲେ ସବୁବେଳେ ତାଙ୍କ ଭିତରେ ଥିବା କଳାକାର ଇଛାଟା ଛଟପଟ ହେଉଥିଲା  । ଆଉ ସୁଯୋଗ ମିଳିଲେ ସାଇକଲ ସ୍ପୋକରେ ମାଟି, ସାବୁନ, ଖଡ଼ି ପ୍ରଭୃତିରେ ଖୋଦେଇ କରିପକାଉଥିଲେ । ଆଉ ଧିରେ ଧିରେ ସେହି ସବୁ ଖୋଦେଇ କାମକୁ ବୋତଲରେ ସାଇତିବାକୁ ଲାଗିଲେ  । ପ୍ରଥମେ ପ୍ରଥମେ ଏହି କାମକୁ ପରିବାର ଲୋକ ବିରୋଧ କରୁଥିଲେ ମଧ୍ୟ ପରେ ସହଯୋଗ କଲେ । ବର୍ତମାନ ୨୫ବର୍ଷରେ ପହଞ୍ଚିଛି  ତାଙ୍କର ଏହି ବୋତଲ କଳାକୃତି । ବୋତଲରେ କଞ୍ଚାମାଲ ତଥା ମାଟି, ପଥର, ଗୁଆ, ହଳଦୀ ରଖିଲା ପରେ ତାହାକୁ ଅଠାରେ ସଂଯୋଗ କରି ଧୀରେ ଧୀରେ ଏକ ରୂପ ଦେଇଥାନ୍ତି ସେ ଗଣେଶଙ୍କର ହେଉ ବା ଦେଶଭକ୍ତିର ଛବି ।  
 ୫୦୦ ବୋତଲରେ ୨୫ ଜିନିଷ
ନିଜ ହାତ ତିଆରି ଜିନିଷକୁ ସାଇତି ରଖିବା ପାଇଁ  ଘରେ ତିଆରି କରିଛନ୍ତି  ଛୋଟିଆ ମ୍ୟୁଜିୟମଟିଏ  । ଯେଉଁଥିରେ ପ୍ରାୟ ୫୦୦ରୁ ଅଧିକ ବୋତଲ କଳାକୃତି ସହ ପଥର ତିଆରି ମୂର୍ତ୍ତି ଓ ପେନରେ ତିଆରି ପୂଜାମଣ୍ଡପଟିକୁ  ରଖିଛନ୍ତି ।  ବୋତଲ ଗୁଡ଼ିକରେ ରଖିଥିବା ଜିନିଷ ଗୁଡ଼ିକ କିଣି ଆଣନ୍ତି ଯଥା ହଳଦୀ, ଖଡ଼ି, ମହମ, ଗୁଆ ପ୍ରଭୃତି । ତାଙ୍କ ମ୍ୟୁଜିୟମରେ ୧ଏମ ଏଲରୁ ଆରମ୍ଭ କରି ୨ଲିଟର ବୋତଲ ରହିଛି   । ଆଉ ସେଥିରେ ପ୍ରାୟ ୨୫ ପ୍ରକାର କଞ୍ଚାମାଲରୁ  ତିଆରି ହୋଇଥିବା ବିଭିନ୍ନ ପ୍ରକାର କଳାକୃତି ରହିଛି ।  ସେଥିରୁ ଅଧିକାଂଶ ବୋତଲରେ ରହିଛି ଗଣେଶଙ୍କ ମୂର୍ତ୍ତି । ସେପୁଣି ଭିନ୍ନ ଭିନ୍ନ ରୂପର ଶୋଇଥିବା ଗଣେଶ, ଛୁଲଣାରେ ଗଣେଶ, ଠିଆ ଗଣେଶ ପ୍ରଭୃତି  । ବିଭିନ୍ନ ପ୍ରକାର ପର୍ବପର୍ବାଣୀ ଓ ଉତ୍ସବରେ ତାଙ୍କର ଏହି କଳାକୃତି ଦ୍ୱାରା ଶୁଭେଚ୍ଛା ଓ ସଚେତନତାର ବାର୍ତ୍ତା ଦେଇଥାନ୍ତି । ଇଶ୍ୱର କୁହନ୍ତି, ‘ମୁଁ ଜଣେ ଗଣେଶ ପ୍ରେମିଲୋକ ମୋତେ ସବୁଥିରେ ଗଣେଶ ଦେଖାଯାଆନ୍ତି । ତେଣୁ ମୁଁ ଅଧିକାଂଶ ଗଣେଶଙ୍କ ମୂର୍ତ୍ତି ତିଆରି କରିଥାଏ । ମୋ କାମକରିବାର କୌଣସି ନିର୍ଦ୍ଦିଷ୍ଟ ସମୟ ନଥାଏ ଗୋଟେ ଜିନିଷ ତିଆରି କରିବାକୁ  ୫ମିନିଟ୍ ଲାଗୁଥିବା ବେଳେ ଆଉ ଗୋଟେ ଗୋଟେକୁ ୬ମାସ ସମୟ ମଧ୍ୟ ଲାଗିଯାଇଥାଏ । ଏପରିବି ହୋଇଛି ମୁଁ ଅନେକ କାମ ଅଧାନିଦରୁ ଉଠି କରିଛି । ଏହା ମୋ ପାଇଁ ଗୋଟେ ନିଶା ପାଲଟି ଯାଇଛି’ । 
ଗ୍ରୀନିଜ୍‍ ବୁକ୍‍ରେ  ରେକର୍ଡ଼ ପାଇଁ ଲକ୍ଷ୍ୟ
ଏହା ବ୍ୟତିତ ଏହି କଳାକୁ ଆଗକୁ ନେବାପାଇଁ ‘ଇଶ୍ୱର ଆର୍ଟ ଆଣ୍ଡ କ୍ରାଫ୍ଟ’ ନାମରେ ଗୋଟିଏ ସ୍କୁଲ ଖୋଲି ବର୍ତ୍ତମାନ ନିଜ ଅଞ୍ଚଳର ପ୍ରାୟ ୧୨୦ଜଣ ପିଲାଙ୍କୁ ମାଗଣାରେ ଏହି କଳାକୃତି ଶିକ୍ଷା ଦେଉଛନ୍ତି । ବର୍ତ୍ତମାନ ସୁଦ୍ଧା ସେ  ୱାଲର୍ଡ଼ ରେକର୍ଡ଼, ଇଣ୍ଡିଆ ବୁକଅଫ ରେକର୍ଡ଼, ଇଣ୍ଡିଆ ୟଙ୍ଗ ଆଚିଭର ରେକର୍ଡ଼, ୱ୍ୱାଣ୍ଡର ବୁକ ଅଫ ରେକଡ଼, ମିରାକିଲ ୱାର୍ଲଡ଼ ଅଫ ରେକର୍ଡ଼ ଓ ଏସିସିଟି ୱାର୍ଲଡ଼ ଅଫ ରେକର୍ଡ଼ ପ୍ରଭୁତି ପାଇସାରିଥିଲେ ସୁଦ୍ଧା ସରକାରୀ ସହାୟତା ପହଞ୍ଚି ପାରିନି ତାଙ୍କ ପାଖରେ । ଯଦି ତାଙ୍କୁ ସରକାର ସହାୟତା ମିଳିପାରନ୍ତା ତେବେ ସେ ଏହି କଳାକୁ ବହୁ ଆଗକୁନେଇ ପାରନ୍ତେ ବୋଲି  କହନ୍ତି  । ଏତେ ସବୁ ରେକର୍ଡ଼ ସୃଷ୍ଟି କରିବା ପରେ ଏବେ ସେ ଗ୍ରିନିଜ ଅଫ୍‍ ରେକଡ଼ କରିବା ପାଇଁ ଚେଷ୍ଟା କରୁଛନ୍ତି ଓ ଉଦ୍ୟମ ଜାରି ରଖିଛନ୍ତି  ।