ଓଡିଆନ୍ ନ୍ୟୁଜ

37

ନଜରବନ୍ଦୀ ପରେ ଫାରୁକ୍‌ ଓ ଓମାର୍‌ ଅବ୍ଦୁଲ୍ଲାଙ୍କୁ ସାକ୍ଷାତ୍‌ କଲେ ୧୫ ଏନ୍‌ସି ନେତା

Team Odian News |

ଜମ୍ମୁ : ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ କରାଯିବା ପରେ ପ୍ରଥମଥର ଲାଗି ନ୍ୟାଶନାଲ କନଫରେନ୍ସ(ଏନ୍‌ସି)ର ୧୫ ଜଣ ନେତା ନଜରବନ୍ଦୀ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ଓ ତାଙ୍କ ପତ୍ନୀ ମୌଲି ଅବଦୁଲ୍ଲାଙ୍କୁ ସାକ୍ଷାତ୍‌ କରିଛନ୍ତି।ଫାରୁକ ଅବ୍ଦୁଲ୍ଲା ଶ୍ରୀନଗର ଠାରେ ଥିବା ତାଙ୍କ ବାସଭବନରେ ଗୃହବନ୍ଦୀ ଥିବାବେଳେ ଓମାର ରାଜ୍ୟର ଗୋଟାଏ ଅତିଥି ଭବନରେ ଅଟକ ଅଛନ୍ତି। ନ୍ୟାସ୍‌ନାଲ୍‌ କନ୍‌ଫରେନ୍‌ସ୍‌ର ମୁଖପାତ୍ର ମଦନ ମାଣ୍ଟୁ ଶୁକ୍ରବାର ଦିନ କହିଥିଲେ ଯେ ପ୍ରାଦେଶିକ ଅଧ୍ୟକ୍ଷ ଦେବେନ୍ଦର ସିଂହ ରାଣା ଏବଂ ଦଳର ବିଧାୟକମନଙ୍କୁ ସହ ପ୍ରତିନିଧି ଦଳ ରବିବାର ସକାଳେ ଜମ୍ମୁ ଛାଡ଼ିବ।ଏ ସଂକ୍ରାନ୍ତରେ ଗୁରୁବାର ସନ୍ଧ୍ୟାରେ ରାଣା ରାଜ୍ୟପାଳଙ୍କ ଠାରୁ ଅନୁମତି ପତ୍ର ପାଇଥିଲେ।  ସେ ମଧ୍ୟ କହିଛନ୍ତି ଯେ ବରିଷ୍ଠ ନେତା ମୁଖ୍ୟ ରାଜନୈତିକ ଦଳର ଅନ୍ୟାନ୍ୟ ଶୀର୍ଷ ସ୍ଥାନୀୟ ନେତାମାନଙ୍କ ଅଟକ ଯୋଗୁଁ ଦଳ ମର୍ମାହତ।ଅଗଷ୍ଟ ୫ ତାରିଖ ଦିନ ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ଠାରୁ ଜଶ୍ମୀର ଉପତ୍ୟକାରେ ଅବ୍ଦୁଲ୍ଲାଙ୍କ ସମେତ ଅନ୍ୟାନ୍ୟ ୫୦୦ ରାଜନେତାଙ୍କୁ ଅଟକ ରଖାଯାଇଛି।