ଓଡିଆନ୍ ନ୍ୟୁଜ

10

ଆରେ’ ଜଙ୍ଗଲରୁ ଗଛ କଟାଯିବା ନେଇ ସୁପ୍ରିମ୍‌କୋର୍ଟର ଶୁଣାଣି

Team Odian News |

ନୂଆଦିଲ୍ଲୀ: ମହାରାଷ୍ଟ୍ରର ‘ଆରେ’ ଜଙ୍ଗଲରୁ ଗଛ କଟାଯିବା ନେଇ ଶୁଣାଣି କରିବା ପାଇଁ ସୁପ୍ରିମ୍‌କୋର୍ଟ ଏକ ସ୍ୱତନ୍ତ୍ର ଖଣ୍ଡପୀଠ ଗଠନ କରିଛନ୍ତି। ରାଷଭ ରଞ୍ଜନ ନାମକ ଜଣେ କେହି ସାମାଜିକ କର୍ମୀ ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତିଙ୍କୁ ଲେଖିଥିବା ଏକ ଚିଠି ଆଧାରରେ ରବିବାର ଏହି ଖଣ୍ଡପୀଠ ଗଠନ କରାଯାଇଛି।ମୁମ୍ବାଇ ମେଟ୍ରୋ ନିମନ୍ତେ କାର୍‌ ସେଡ୍‌ ନିର୍ମାଣ କରିବାକୁ ସେଠାରେ ଗଛ କଟା ହେଉଥିବା କଥାକୁ ଚାଲେଞ୍ଜ୍‌ କରି ଦାଏର ହୋଇଥିବା ପିଟିସନ୍‌ର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ କହିଲେ ଯେ ଏବେ କିଛି କଟାକଟି କରନ୍ତୁ ନାହିଁ ଗିରଫ ହୋଇଥିବା ପ୍ରତିବାଦକାରୀଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ତୁରନ୍ତ ମୁକ୍ତ କରିବାକୁ ମଧ୍ୟ ଅଦାଲତ ଆଦେଶ ଦେଇଛନ୍ତି।।କୋର୍ଟ ଏହି ଚିଠିକୁ ଜନସ୍ୱାର୍ଥ ମାମଲା ଭାବେ ଗ୍ରହଣ କରିଛନ୍ତି। ସୁପ୍ରିମ୍‌କୋର୍ଟର ୱେବ୍‌ସାଇଟ୍‌ରେ ଏହି ଜରୁରୀକାଳୀନ ଶୁଣାଣି ବାବଦରେ ନୋଟିସ୍‌ କରାଯାଇଛି। ଏଥିରେ କୁହାଯାଇଛି, ୬ ତାରିଖରେ ରିଷଭ ରଞ୍ଜନ ଦେଇଥିବା ଚିଠି ଆଧାରରେ ଆରେ ଜଙ୍ଗଲ ଗଛକଟା ବାବଦରେ ଆସନ୍ତା ୭ ଅକ୍ଟୋବର ସକାଳ ୧୦ଟାରେ ଶୁଣାଣି ହେବ। ଏହାକୁ ଜନସ୍ୱାର୍ଥ ମାମଲା ଭାବେ ରୁଜୁ କରାଯାଇଛି।ସୂଚନାଯୋଗ୍ୟ ଯେ, ମୁମ୍ବାଇ ମେଟ୍ରୋ ରେଲ୍‌ କର୍ପୋରେସନ୍‌ ଲିମିଟେଡ୍‌ ଆରେ କଲୋନୀରେ ଗଛ କାଟିବାକୁ ବେଶ କିଛି ସାମାଜିକ କର୍ମୀ ବିରୋଧ କରୁଛନ୍ତି। ଅନେକ ଅଭିନେତା ଏବଂ ରାଜନେତା ମଧ୍ୟ ଏହାକୁ ବିରୋଧ କରୁଛନ୍ତି। ଏହା ବିରୋଧରେ ବମ୍ବେ ହାଇକୋର୍ଟରେ ମାମଲା ଆଗତ ହୋଇଥିଲେ ମଧ୍ୟ ଏହା ଖାରଜ ହୋଇଯାଇଥିଲା। ଗଛକଟା ଉପରେ ସ୍ଥିତାବସ୍ଥା ବଜାୟ ରଖିବାକୁ ଅଦାଲତ ମହାରାଷ୍ଟ୍ର ସରକାରଙ୍କୁ କହିବା ସହ ଆରେ ଅଞ୍ଚଳରେ ସରକାର ରୋପଣ କରିଥିବା ଚାରାଗୁଡ଼ିକର ଅବସ୍ଥା ସଂକ୍ରାନ୍ତରେ ରିପୋର୍ଟ ଫାଇଲ୍‌ କରିବାକୁ ନିର୍ଦେଶ ଦେଇଛନ୍ତି।