ଓଡିଆନ୍ ନ୍ୟୁଜ

7

ଖଣି ନିଲାମ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଲେ ପିସିସି ସଭାପତି

Team Odian News |

ଭୁବନେଶ୍ୱର: ଖଣି ନିଲାମକୁ ନେଇ ରାଜ୍ୟ ସରକାରଙ୍କୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପରାମର୍ଶ। ଭବିଷ୍ୟତରେ ପୁଣି ରାଜ୍ୟରେ ଇସ୍ପାତ କାରଖାନା ହେବାପାଇଁ ରାଜ୍ୟ ସରକାର ବଡ଼ ବଡ଼ ଖଣି ଏପରି କି ରାଜ୍ୟରେ ଥିବା ୭୦ ପ୍ରତିଶତ ଖଣି ନିଲାମ ନ କରି ନିଜ ପାଖରେ ରଖନ୍ତୁ ବୋଲି ନିରଞ୍ଜନ କହିଛନ୍ତି। ବର୍ତ୍ତମାନ ସମୟରେ ରାଜ୍ୟ ସବୁଠାରୁ ଅଧିକ ରାଜସ୍ୱ ଖଣିରୁ ପାଉଛି। ତେଣୁ ଏହାକୁ ସଠିକ୍ ଭାବେ ପରିଚାଳନା କରିବା ପାଇଁ ଆବଶ୍ୟକ ସ୍ଥଳେ ଓଡ଼ିଶା ଖଣି ନିଗମ ଭଳି ଅନ୍ୟ ଏକ ନିଗମ ମଧ୍ୟ ଗଠନ କରିବା ଜରୁରୀ ବୋଲି ସେ ମତ ରଖିଛନ୍ତି।ଗତ କିଛିଦିନ ତଳେ ରାଜ୍ୟ ସରକାର ରାଜ୍ୟର ୧୦ରୁ ଅଧିକ ଖଣି ନିଲାମ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।