ଓଡିଆନ୍ ନ୍ୟୁଜ

7

ମାଛ ଧରିବାକୁ ଯାଇ ବଜ୍ରପାତରେ ବାପ-ପୁଅଙ୍କ ମୃତ୍ୟୁ

Team Odian News |

କୋରାପୁଟ: କୋରାପୁଟ ଜିଲ୍ଲା ଅନ୍ତର୍ଗତ କୁମ୍ଭାରପୁଟ ଗାଁରେ  ଆଜି ଭୋର ସମୟରେ  ଗାଁ ପାଖ ନଦୀକୁ ମାଛ ମାରିବାକୁ କିଛି ଲୋକ ଯାଇଥିଲେ । ସେହି ସମୟରେ ବଜ୍ରପାତ ହୋଇଥିଲା । ନଦୀକୁ ମାଛ ଧରିବାକୁ ଯାଇଥିବା ସେହି ଲୋମାନଙ୍କଭିତରୁ  ଦୁଇଜଣଙ୍କର ପ୍ରାଣହାନି ଘଟିଥିବାର ସୂଚନା ମିଳିଛି।

ମାଛ ଧରିବାକୁ ଯାଇଥିବା ଗୋଟିଏ ପରିବାରର ଦୁଇଜଣ ଆଘାତ ପାଇଥିଲେ । ଏଦୁହିଁଙ୍କର ବଜ୍ରପାତରେ ମୃତ୍ୟୁ ଘଟିଥିବା କୁହାଯାଉଛି । ଏହି ଦୁଇଜଣ ସଂପର୍କରେ ବାପା ଏବଂ ପୁଅ। ଏମାନେ ହେଲେ ବାପା ପୀତବାସ କୁମ୍ଭାର ଓ ପୁଅ ଉପେନ୍ଦ୍ର କୁମ୍ଭାର । ଦୁହିଁଙ୍କ ମୃତ୍ୟୁ ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ଜଣାଯାଇଛି । ଆଗରୁ ବି ଏଭଳି ଘଟଣା ଏହି ଅଞ୍ଚଳରେ ଘଟିଥିବା କୁହାଯାଉଛି।