ଓଡିଆନ୍ ନ୍ୟୁଜ

8

ବାୟୁସେନା ଦିବସରେ ବିମାନ ଉଡାଇଲେ ଅଭିନନ୍ଦନ ବର୍ତ୍ତମାନ୍

Team Odian News |

ହିଣ୍ଡନ୍:  ଆଜି ଭାରତ ପାଳୁଛି ୮୭ ତମ ବାୟୁସେନା ଦିବସ । ଏଥିପାଇଁ ହିଣ୍ଡନ୍ ଏୟାରବେସରେ ବିଭିନ୍ନ  କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।ଏହି ଅବସରରେ ବାୟୁସେନାର ୯ ନଂ ସ୍କ୍ୱାର୍ଡନକୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଛି। ଏହି ଅବସରରେ ବାଲାକୋଟ୍ ଏୟାରଷ୍ଟ୍ରାଇକରେ ଭାଗ ନେଇଥିବା ପାଇଲଟ୍ ଓ ସ୍କ୍ବାଡନ ଲିଡର ଅଭିନନ୍ଦନ ବର୍ତ୍ତମାନ ବିମାନ ଉଡାଣ କରିଛନ୍ତି।ଏହି  କାର୍ଯ୍ୟକ୍ରମରେ ପ୍ରଥମଥର ପାଇଁ ସାମିଲ୍ ହୋଇଛି ଚିନୁକ୍ ହେଲିକ୍ୟାପ୍ଟର, ସ୍ୱଦେଶୀ ଯୁଦ୍ଧ ବିମାନ ତେଜସ୍  ଓ ଯୁଦ୍ଧ ହେଲିକ୍ୟାପ୍ଟର ଅପାଚେ । ଏହି କାର୍ଯ୍ୟକ୍ରମରେ ବାୟୁସେନା ହିରୋ ଅଭିନନ୍ଦନ ବର୍ତମାନ୍ ମିଗ୍ -୨୧ ବାଇସନ୍ ଉଡାଇଛନ୍ତି ।

ଫେବୃଆରୀ ୧୪ରେ ଜୈଶର ଜଣେ ଆତଙ୍କୀ ପୁଲୱାମାରେ ସୁରକ୍ଷାକର୍ମୀଙ୍କ କନଭୟକୁ ଟାର୍ଗେଟ କରି ଆତ୍ମଘାତୀ ବିସ୍ଫୋରଣ କରିଥିଲା। ଏଥିରେ ୪୦ ଜଣ ଯବାନ ସହିଦ ହୋଇଥିଲେ। ଏହାର ବଦଲା ନେବାକୁ ଫେବୃଆରୀ ୨୬ରେ ଭାରତୀୟ ବାୟୁସେନା ବାଲାକୋଟରେ ଏୟାର ଷ୍ଟ୍ରାଇକ୍‌ କରିଥିଲେ। ତେବେ ପାକିସ୍ତାନ ଏଥିପାଇଁ ତା’ପରଦିନ ଭାରତସୀମାରେ ଯୁଦ୍ଧ ବିମାନ ଧରି ପ୍ରବେଶ କରିଥିଲା।କିନ୍ତୁ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ପରାକ୍ରମ ଯୋଗୁ ପାକିସ୍ତାନର ଏଫ୍‌-୧୬ ଯୁଦ୍ଧ ବିମାନ ଛତ୍ରଭଙ୍ଗ ଦେଇଥିଲା। ତଥାପି ଅଭିନନ୍ଦନ ଗୋଟିଏ ଏଫ୍-୧୬ ଯୁଦ୍ଧ ବିମାନକୁ ଖସାଇବାରେ ସକ୍ଷମ ହୋଇଥିଲେ।

କାର୍ଯ୍ୟକ୍ରମରେ ମିରାଜ-୨୦୦୦, ସୁଖୋଇ ଏବଂ ଗ୍ଲୋବମାଷ୍ଟର ବିମାନର ମଧ୍ୟ ଉଡାଣ କରାଯାଇଥିଲାବାୟୁସେନା ଦିବସ ଅବସରରେ ସର୍ବପ୍ରଥମେ ଏୟାର୍ ୱାରିୟର୍ (ବାୟୁ ଯୋଦ୍ଧା) ଡ୍ରି୍ରଲ୍ ଟିମ୍ ନିଜ ଜୋସ୍ ଦେଖାଇଥିଲେ । ଏହି ଯବାନମାନେ ୫ କିଲୋ ଓଜନର ବନ୍ଧୁକକୁ ଖେଳନା ଭଳି ଏପଟେ ସେପଟେ ବୁଲାଇ ସମସ୍ତଙ୍କୁ ଚକିତ କରି ଦେଇଥିଲେ।ସୁମିତ୍ ତିୱାରୀ ଏହି ଦଳର ନେତୃତ୍ୱ କରୁଥିଲେ । କାର୍ଯ୍ୟକ୍ରମରେ ଏୟାରଫୋର୍ସର୍ ମୁଖ୍ୟ ରାକେଶ୍ କୁମାର ଭଦୋରିୟା ନିଜ ସମ୍ବୋଧନରେ ସହିଦ୍ ହୋଇଥିବା ବାୟୁସେନାର ଯବାନଙ୍କୁ ମନେ ପକାଇଥିଲେ ଏବଂ ଯୁଦ୍ଧ ସେବା ମେଡାଲ୍ ପ୍ରଦାନ କରିଥିଲେ ।