ଓଡିଆନ୍ ନ୍ୟୁଜ

115

ଅମିତ ଶାହାଙ୍କ ପୁଅ ନାମରେ ଦୁର୍ନୀତି ଅଭିଯୋଗ ‘ଦି ୱେର’ ୱେବ୍ ସାଇଟ୍ ବିରୋଧରେ ୧୦୦ କୋଟିର ମାନହାନୀ ମକଦ୍ଦମା କଲେ ଅମିତ ଶାହାଙ୍କ ପୁଅ

Team Odian News |

ଅମିତ ଶାହାଙ୍କ ପୁଅ ନାମରେ ଦୁର୍ନୀତି ଅଭିଯୋଗ
‘ଦି ୱେର’ ୱେବ୍ ସାଇଟ୍ ବିରୋଧରେ ୧୦୦ କୋଟିର ମାନହାନୀ ମକଦ୍ଦମା କଲେ ଅମିତ ଶାହାଙ୍କ ପୁଅ 

ନୂଆଦିଲ୍ଲୀ, ୯/୧୦(ଓଡ଼ିଆନ୍‍ ନ୍ୟୁଜ୍‍ ଟିମ୍): ନୂଆଦିଲ୍ଲୀ :‘ଦି ୱେର’ ନାମକ ଏକ ୱେବସାଇଟରେ ପ୍ରକାଶିତ ଏକ ଖବରକୁ ନେଇ ବିରୋଧୀ ଦଳମାନେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଖବର ଅନୁସାରେ ରେଜିଷ୍ଟ୍ରାର ଅଫ କମ୍ପାନୀଜ (ଆରଓସି)ର ପରିସଂଖ୍ୟାନରୁ ଜଣାପଡିଛି ଯେ ଜୟ ଶାହାଙ୍କ ମାଲିକାନାରେ ଥିବା ‘ଟେମ୍ପୁଲ ଏଣ୍ଟରପ୍ରାଇଜେସ’ର ରାଜସ୍ୱ ୨୦୧୫-୧୬ରେ ୧୬୦୦୦ ଗୁଣା ବୃଦ୍ଧି ଘଟିଛି । ଅର୍ଥାତ କମ୍ପାନୀର ପୂର୍ବ ବର୍ଷ ଅପେକ୍ଷା ପ୍ରାୟ ୮୦ କୋଟି ଟଙ୍କା ଲାଭ କରିଛି । ସିବଲ ଆରଓସିରୁ ପ୍ରାପ୍ତ ତଥ୍ୟକୁ ଆଧାର କରି ଅଭିଯୋଗ କରିଥିଲେ ଯେ କୁସୁମ ଫନିଚର୍ସ ଏଲଏଲପିକୁ ମଧ୍ୟ ପ୍ରଦେଶରେ ପବନ ଶକ୍ତି କ୍ଷେତ୍ରରେ ଏକ ଠିକା ମିଳିଛି । ଯେତେବେଳେକି କମ୍ପାନୀ ଷ୍ଟକ୍‌ ଟ୍ରେଡିଙ୍ଗ (ଅଂଶଧନ କାରବାର) କରୁଛି । ଏହି କମ୍ପାନୀର ୬୦% ଅଂଶଧନ ଜୟ ଶାହାଙ୍କ ପାଖରେ ରହିଛି । ‘ଦି ୱେର’ ଖବର ଅନୁଯାୟୀ ଟେମ୍ପୁଲ ଏଣ୍ଟରପ୍ରାଇଜେସ କମ୍ପାନୀ ବାଲାନ୍ସ ସିଟ ଅନୁସାରେ ୨୦୧୩ ଏବଂ ୨୦୧୪ ଆର୍ଥିକ ବର୍ଷରେ କମ୍ପାନୀ ସାମାନ୍ୟ କାରବାର କରିଥିଲା । ଏହି ଦୁଇ ବର୍ଷରେ ଯଥାକ୍ରମେ ୬,୨୩୦ ଟଙ୍କା ଏବଂ ୧,୭୨୪ ଟଙ୍କା କ୍ଷତି କରିଥିଲା । ୨୦୧୪-୧୫ ଆର୍ଥିକ ବର୍ଷରେ ଜୟ ଶାହାଙ୍କ କମ୍ପାନୀ ୧୮,୭୨୮ ଟଙ୍କା ଲାଭ କରିଥିଲା ଓ କମ୍ପାନୀର ରାଜସ୍ୱ ୫୦ ହଜାର ଟଙ୍କାରେ ପହଞ୍ଚିଥିଲା । ତେବେ ୨୦୧୫-୧୬ ଆର୍ଥିକ ବର୍ଷରେ କମ୍ପାନୀର ଲାଭ ଆଶାଠାରୁ ୧୬୦୦୦ ଗୁଣ ବୃଦ୍ଧି ପାଇ ରାଜସ୍ୱ ୫୦ ହଜାରରୁ ୮୦.୫ କୋଟି ଟଙ୍କାରେ ପହଞ୍ଚିଛି । ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ପୁଅ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗର ତଦନ୍ତ କରିବାକୁ ବିରୋଧୀ ଦଳଗୁଡ଼ିକ ଦାବି କରିଛନ୍ତି । ଅଭିଯୋଗ ଅନୁଯାୟୀ ବିଜପି ନେତୃତ୍ୱାଧୀନ ଏନଡିଏ କେନ୍ଦ୍ରରେ ଶାସନକୁ ଆସିବା ପରେ ଅମିତ ଶାହାଙ୍କ ପୁଅ କମ୍ପାନୀର କାରବାର ଆଶାଠାରୁ ଅଧିକ ବଢିଛି । ଏପଟେ ଅମିତ ଶାହାଙ୍କ ପୁଅ ଜୟ ଶାହା ଏହି ଅଭିଯୋଗକୁ ମିଥ୍ୟା, ଅପମାନଜନକ ଏବଂ ମାନହାନୀପୂର୍ଣ୍ଣ କହି ଖଣ୍ଡନ କରିଛନ୍ତି । ତେବେ ‘ଦି ୱେର’ ୱେବ୍ ସାଇଟ୍ ବିରୋଧରେ ୧୦୦ କୋଟିର ମାନହାନୀ ମକଦ୍ଦମା  କହିଛନ୍ତି   ଅମିତ ଶାହାଙ୍କ ପୁଅ  ।   ଜୟ ଶାହାଙ୍କ କମ୍ପାନିକୁ ନେଇ ବିବାଦୀୟ ଖବର ପ୍ରକାଶ କରିଥିଲା ୱେବ ସାଇଟ । କିଭଳି ଅସ୍ୱଭାବିକ ଭାବେ କମ୍ପାନିର ବ୍ୟବସାୟିକ କାରବାର ବୃଦ୍ଧି ପାଇଲା ତାକୁ ନେଇ ପ୍ରଶ୍ନ ଉଠାଇଥିଲା ୱେବ ସାଇଟ । ୨୦୧୪-୧୫ରେ ମାତ୍ର ୧୫ ହଜାର ଟଙ୍କାର ବ୍ୟବସାୟିକ କାରବାର କରୁଥିବା ସଂସ୍ଥା ଗୋଟିଏ ବର୍ଷ ଭିତରେ କିଭଳି ୮୦ କୋଟିରେ ପହଂଚିଲା ବୋଲି ପ୍ରଶ୍ନ କରିଥିଲା ୱେବ୍ ସାଇଟ୍ ।
ଏହାକୁ ନେଇ ପ୍ରତିକ୍ରିୟା ରଖିଥିଲେ ଜୟ ଶାହା । ୱେବ ସାଇଟରେ ପ୍ରକାଶ ପାଇଥିବା ତଥ୍ୟ ଭିତିହୀନ ଓ ଅଭିଯୋଗ ଅମୂଳକ ବୋଲି ବୋଲି କହିଛନ୍ତି ।