ଓଡିଆନ୍ ନ୍ୟୁଜ

10

ହିନ୍ଦୁ ଦେବାଦେବୀଙ୍କ ଫଟୋ ପୋଡ଼ି ଭିଡିଓ ଭାଇରାଲ୍ କରିବା ଘଟଣା

Team Odian News |

ରାୟଗଡ଼ା: ହିନ୍ଦୁ ଦେବାଦେବୀଙ୍କ ଫଟୋ ପୋଡ଼ି ଭିଡିଓ ଭାଇରାଲ୍ କରିବା ଘଟଣାରେ ପୋଲିସର କର୍ଯ୍ୟାନୁଷ୍ଠାନ। ଜଣେ ଯୁବକଙ୍କୁ ଗିରଫ କରିଛି ରାୟଗଡ଼ା ପୁଲିସ। ଗିରଫ ଅଭିଯୁକ୍ତ ହେଲେ ଟିକିରି ଥାନା ପଞ୍ଚାଲି ଗାଁର ଅଗସ୍ତି ଗରଡ଼ା।

ପଞ୍ଚାଲି ଗ୍ରାମର କିଛି ଯୁବକଙ୍କୁ ଧରି ଅଗସ୍ତି ହିନ୍ଦୁ ଦେବାଦେବୀଙ୍କ ଫଟୋ ପୋଡ଼ିବା ପରେ ଯେଉଁ ଭିଡିଓ ଭାଇରାଲ୍‌ କରିଥିଲେ ସେଥିରେ ସମଗ୍ର ଜିଲ୍ଲାରେ ତୀବ୍ର ପ୍ରତିକ୍ରିୟା ଦେଖା ଦେଇଥିଲା। ପରେ ପରେ ରାୟଗଡ଼ା ପୁଲିସ ତଦନ୍ତ ଆରମ୍ଭ କରି ରାତି ୮ ସୁଦ୍ଧା ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସାମ୍ପ୍ରଦାୟିକ ଭେଦଭାବ ସୃଷ୍ଟି କରିବା ଭଳି ଭିଡିଓ ଭାଇରାଲ୍‌ କରିଥିବା ଅଭିଯୋଗରେ ତାଙ୍କୁ ଦଫା ୧୫୩-କ, ୨୯୫, ୨୯୫-କ, ୩୪, ୧୨୦-ଖରେ ଗିରଫ କରାଯାଇଛି। ଏଥିରେ ସମ୍ପୃକ୍ତ ଅନ୍ୟମାନଙ୍କୁ ପୁଲିସ ଖୋଜୁଥିବା କଥା ସାମ୍ବାଦିକ ସମ୍ମିଳନୀରେ ରାୟଗଡ଼ା ଏସ୍‌ପି କହିଛନ୍ତି।