ଓଡିଆନ୍ ନ୍ୟୁଜ

57

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାବଢିଲା ୫ ପ୍ରତିଶତ

Team Odian News |

ନୂଆଦିଲ୍ଲୀ : କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢିଲା ୫ ପ୍ରତିଶତ । ବୁଧବାର  ମୋଦିଙ୍କ ନେତୃତ୍ୱାଧୀନ କ୍ୟାବିନେଟ ବୈଠକରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିବା ପ୍ରକାଶ କରିଛନ୍ତି। ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରଙ୍କ ଏହି ଉପହାର କର୍ମଚାରୀଙ୍କୁ ଖୁସି କରିବ ବୋଲି କୁହାଯାଉଛି। ଏବେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୧୨ପ୍ରତିଶତରୁ ବୃଦ୍ଧି ପାଇ ୧୭ ପ୍ରତିଶତରେ ପହଞ୍ଚିଛି।ଏହି ବର୍ଦ୍ଧିତ ଭତ୍ତା ଜୁଲାଇ ୨୦୧୯ରୁ ମିଳିବ। କେନ୍ଦ୍ର ସରକାରଙ୍କର ଏହି ସୁବଧା ପ୍ରାୟ ୫୦ ଲକ୍ଷ କର୍ମଚାରୀଙ୍କୁ ମିଳିବାକୁ ଥିବା ବେଳେ ଏଥିରେ ପାଖାପାଖି ୬୫ ଲକ୍ଷ ପେନସଧାରୀ ଉପକୃତ ହେବେ। ଏହାପରେ ରାଜକୋଷ ଉପରେ ୧୬ ହଜାର କୋଟି ଟଙ୍କାର ଅତିରିକ୍ତ ବୋଝ ପଡିବ।