ଓଡିଆନ୍ ନ୍ୟୁଜ

169

ସୁପ୍ରିମକୋର୍ଟରେ ମହାନଦୀ ଜଳ ବିବାଦ ମାମଲା ! ପକ୍ଷ ରଖିଲେ କେନ୍ଦ୍ର ସରକାର ନଭେମ୍ବର ୧୯ ତାରିଖ ସୁଦ୍ଧା ହେବ ଟ୍ରିବ୍ୟୁନାଲ ଗଠନ

Team Odian News |

ସୁପ୍ରିମକୋର୍ଟରେ ମହାନଦୀ ଜଳ ବିବାଦ ମାମଲା ! ପକ୍ଷ ରଖିଲେ କେନ୍ଦ୍ର ସରକାର
ନଭେମ୍ବର ୧୯ ତାରିଖ ସୁଦ୍ଧା ହେବ ଟ୍ରିବ୍ୟୁନାଲ ଗଠନ
ନୂଆଦିଲ୍ଲୀ, ୯/୧୦(ଓଡ଼ିଆନ୍‍ ନ୍ୟୁଜ୍‍ ଟିମ୍):ମହାନଜୀ ଜଳ ବିବାଦ ମାମଲା ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ଏ ନେଇ ଆଜି ସୁପ୍ରିମକୋର୍ଟରେ ପକ୍ଷ ରଖିଛନ୍ତି କେନ୍ଦ୍ର ସରକାର । ଆସନ୍ତା ନଭେମ୍ବର ୧୯ ତାରିଖ ସୁଦ୍ଧା ଟ୍ରିବ୍ୟୁନାଲ ଗଠନ କରିବାକୁ କୋର୍ଟକୁ କହିଛନ୍ତି ସରକାର । ମହାନଦୀ ଜଳ ବିବାଦ ନେଇ ଓଡିଶା-ଛତିଶଗଡ ମଧ୍ୟରେ ବିବାଦ ଦେଖାଦେଇଥିଲା । ଏହାକୁ ନେଇ ଓଡିଶା ସରକାର ସୁପ୍ରିମକୋର୍ଟ ଯାଇଥିଲେ । ଏ ନେଇ କେନ୍ଦ୍ରକୁ ପକ୍ଷ ରଖିବାକୁ କହିଥିଲେ ସୁପ୍ରିମକୋର୍ଟ । ସୂଚନାଯୋଗ୍ୟ, ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ ସରକାର ଜଳ ପ୍ରକଳ୍ପ ନିର୍ମାଣ କରିବାକୁ ନେଇ ରାଜ୍ୟ ସରକର ପକ୍ଷରୁ ଘୋର ବିରୋଧ କରାଯାଇଥିଲା। ଏହାକୁ ରାଜ୍ୟ ରାଜନେତାମାନେ ଦିଲ୍ଲୀ ସ୍ଥିତି ଯନ୍ତରମନ୍ତରଠାରେ ଧାରଣା ଦେଇଥିଲେ ।