ଓଡିଆନ୍ ନ୍ୟୁଜ

188

ଅନ୍ତର୍ଜାତୀୟ ଗୋ-ନବରାତ୍ର ମହୋତ୍ସବ

Team Odian News |

ଅନ୍ତର୍ଜାତୀୟ ଗୋ-ନବରାତ୍ର ମହୋତ୍ସବ
୨୦ରୁ ୨୯ ଅକ୍ଟୋବର ଶ୍ରୀଜଗନ୍ନାଥ ଧାମ ପୁରୀ

ଭୁବନେଶ୍ୱର,୯/୧୦( ଓଡ଼ିଆନ୍‍ ନ୍ୟୁଜ୍‍): ଆସନ୍ତା ୨୦ ତାରିଖ ଠାରୁ ୨୯ ଅକ୍ଟୋବରରେ ଶ୍ରୀଜଗନ୍ନାଥ ଧାମ ପୁରୀ ଠାରେ ଅନ୍ତର୍ଜାତୀୟ ଗୋ-ନବରାତ୍ର ମହୋତ୍ସବ ଅନୁଷ୍ଠିତ ହେବା ନେଇ ଆଜି ଭୁବନେଶ୍ୱର ଠାରେ ଏକ ସମ୍ବାଦିକ ସମ୍ମିଳନୀରେ ମହୋତ୍ସବ ସମିତିର ସଭାପତି ପରମପୂଜ୍ୟ ପରମହଂସ ପ୍ରଜ୍ଞାନନ୍ଦ ସୂଚନା ଦେଇଛନ୍ତି  । ସେ କହିଛନ୍ତିଯେ, ଗୋ-ମାତା ମାନବ ଜାତି ପାଇଁ ଭଗବାନଙ୍କର ଅପୂର୍ବ ଦାନ  । ଗୋ-ମାତା ସେବା ଦ୍ୱାରା ବିଶ୍ୱବାସୀଙ୍କ ମଙ୍ଗଳ ହେବା ସହିତ ମାନବର ବୈଦ୍ଧିକ ଚେତନାର ଉନ୍ନତି ସାଧନର ଶ୍ରେଷ୍ଠ ମାଧ୍ୟମ  । ମାନବ ଚେତନାର ଜାଗରଣ ଦ୍ୱାରା ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ଆବଶ୍ୟମ୍ଭାବି  । ଗୋ-ସୁରକ୍ଷା, ସେବା, ଗୋ-ବଂଶର ବିକାଶ, ଗୋ- ସାହିତ୍ୟ ସୃଷ୍ଠି, ଗୋ-ଆଧାରିତ କୃଷି, ଗୋ-ମାହାତ୍ମ୍ୟ ଆଦି ଏହି ମହୋତ୍ସବର ପରମ ଆଭିମୁଖ୍ୟ ବୋଲି କହିଥିଲେ  । ଏହି ମହୋତ୍ସବରେ ଭାରତ ବର୍ଷର ବରେଣ୍ୟ ସାଧୁସନ୍ଥ, ମହନ୍ତ ଏବଂ  ଶ୍ରୀମହନ୍ତ ପ୍ରମୁଖ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଥିବାର ସେ ସୂଚନା ଦେଇଛନ୍ତି  । ଅନ୍ୟମାନଙ୍କ ମଧ୍ୟରେ ସ୍ୱାମୀ ସର୍ମପଣାନନ୍ଦ ଗିରି ପ୍ରମୁଖ ଉପସ୍ଥିତ ରହିଥିଲେ  ।