ଓଡିଆନ୍ ନ୍ୟୁଜ

30

ତାମିଲନାଡୁରେ ନକଲି ନୋଟ କାରଖାନା ଉପରେ ଚଢଉ

Team Odian News |

କୋଇମ୍ବାଟୁର: ରବିବାର ତାମିଲନାଡୁ କୋଇମ୍ବାଟୁର ଜିଲ୍ଲାର ଇଦିଗରାଇରେ ପୋଲିସ ଏକ ନକଲି ନୋଟ କାରଖାନା ଉପରେ ଚଢଉ କରିଛି। ପୋଲିସ ସେଠାରେ ନକଲି ନୋଟ ପ୍ରସ୍ତୁତି  ଲାଗି ବ୍ୟବହୃତ ବିଭିନ୍ନ ସାମଗ୍ରୀ ସମେତ ବିପୁଳ ପରିମାଣରେ ନଗଦ ଟଙ୍କା ଜବତ କରିଥିବା ବେଳେ ୫ ଜଣଙ୍କୁ ଗିରଫ କରିଛି। ଜବତ ଟଙ୍କା ସବୁ ନକଲି ବୋଲି ଜଣାପଡିଛି। ଏଥିରେ ୫୦, ୧୦୦, ୨୦୦, ୫ଶହ ଓ ୨ ହଜାର ଟଙ୍କାର ନୋଟ ସବୁ ଥିବା ବେଳେ ମୋଟ ଟଙ୍କାର ପରିମାଣ ପ୍ରାୟ ୧୪ଲକ୍ଷ ବୋଲି ପୋଲିସ କହିଛି।ଦୀର୍ଘ ଦିନରୁ ଲୋକଙ୍କ ଅଗୋଚରରେ ଏଠାରେ ନକଲି ନୋଟ ତିଆରି କାରଖାନା ଚାଲିଥିଲା। ବିଭିନ୍ନ ମୂଲ୍ୟର ଏଫଆଇସିନ ପ୍ରସ୍ତୁତ କରି ଦେଶର ବିଭିନ୍ନ ସ୍ଥାନକୁ ଚାଲାଣ କରୁଥିଲେ। ତେବେ ତାମିଲନାଡୁରେ ନକଲି ନୋଟ କାରଖାନା ଥିବା ଗୁଇନ୍ଦା ସୂଚନା ଆଧାରରେ ପୋଲିସ ତଦନ୍ତ କରିବା ବେଳେ କୋଇମ୍ବାଟୁର ଇଦିଗରାଇରେ କାରଖାନାକୁ ପୋଲିସ ଠାବ କରିବା ସହ ପୋଲିସ ସିଲ କରିଛି। ଏଠାରେ ପ୍ରସ୍ତୁତ ନୋଟକୁ ସହଜରେ ନକଲି ବୋଲି ଟିହ୍ନଟ କରିବା ମଧ୍ୟ କଷ୍ଟ।ତେବେ କେବେ ଠାରୁ ଏଠାରେ ନକଲି ନୋଟ ପ୍ରସ୍ତୁତି ଚାଲିଥିଲା ଓ  ଦେଶର କେଉଁ କେଉଁ ଅଞ୍ଚଳକୁ କେତେ ଟଙ୍କାର ନକଲି ନୋଟ ପଠାଯାଇଛି ସେ ନେଇ ପୋଲିସ ଏବେ ସଘନ ତଦନ୍ତ ଆରମ୍ଭ କରିଛି।