ଓଡିଆନ୍ ନ୍ୟୁଜ

50

ଦୁର୍ଘଟଣାରେ ୪ ଜାତୀୟ ସ୍ତରୀୟ ହକି ଖେଳାଳିଙ୍କ ମୃତ୍ୟୁ

Team Odian News |

ଭୋପାଲ: ମଧ୍ୟପ୍ରଦେଶର ହୋଶଙ୍ଗାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜାତୀୟ ସ୍ତରର ଚାରି ଜଣ ହକି ଖେଳାଳିଙ୍କ ମୃତ୍ୟୁ ଘଟିଛି। ଆଉ ତିନି ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି। ମୃତକମାନେ ହେଲେ ଇନ୍ଦୋରର ଶାହନବାଜ ଖାନ୍‌, ଇଟାରସୀର ଆଦର୍ଶ ହରଦୁଆ, ଜବଲପୁରର ଆଶିଷ ଲାଲ୍‌ ଓ ଗ୍ୱାଲିୟରର ଅନିକେତ। ସୂଚନା ଅନୁଯାୟୀ, ଏହି ଖେଳାଳିମାନେ ହୋଶଙ୍ଗାବାଦରେ ଏକ ଟୁର୍ଣ୍ଣାମେଣ୍ଟରେ ଭାଗ ନେବା ପାଇଁ କାର୍‌ରେ ଯାଉଥିଲେ। ଏକ ଗାଡ଼ିକୁ ଓଭରଟେକ୍‌ କରିବାକୁ ପ୍ରୟାସ କରିବା ସମୟରେ କାର୍‌ଟି ଦ୍ରୁତ ଗତିରେ ଥିବାରୁ ଓଭର୍‌ଟେକ୍ ବେଳେ ଏହା ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଯାଇଥିଲା। ଖବର ପାଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ସମେତ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ୍ ଘଟଣାର ତଦନ୍ତ କରୁଛି।