ଓଡିଆନ୍ ନ୍ୟୁଜ

36

ଅର୍ଥନୀତି ପାଇଁ ନୋବେଲ୍ ପୁରସ୍କାର ଘୋଷଣା

Team Odian News |

ନୂଆଦିଲ୍ଲୀ: ଅର୍ଥନୀତି କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ୨୦୧୯ର ନୋବେଲ ବିଜେତାଙ୍କନାମ ଘୋଷଣା କରାଯାଇଛି। ଏହି ୩ ଜଣ ନୋବେଲ ବିଜେତାଙ୍କ ମଧ୍ୟରେ ଜଣେ ଭାରତୀୟ ମୂଳ ବାସିନ୍ଦା ଅଭିଜିତ ବାନାର୍ଜୀ ଥିବା ବେଳେ ଫ୍ରାନ୍ସ ଜନ୍ମିତ ଆମେରିକାନ ଇସ୍ଥର ଡଫଲୋ ଓ ଅନ୍ୟଜଣେ ହେଉଛନ୍ତି ଆମେରିକାର ମିଖାଇଲ କ୍ରେମର। ସ୍ବଦେଶୀ ଏକାଡେମୀ ପକ୍ଷରୁ ସୋମବାର ଏହି ଘୋଷଣା କରାଯାଇଛି। “their experimental approach to alleviating global poverty,” ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଛି। ବିଶ୍ୱ ଦାରିଦ୍ର୍ୟ ଦୂରୀକରଣ ପାଇଁ ସେମାନଙ୍କର ଗଠନ ମୂଳକ ପଦକ୍ଷେପ ପାଇଁ ସେମାନଙ୍କୁ ସମ୍ମାନିତ କରାଯିବ।  ପୂର୍ବରୁ ଭାରତର ବିଶିଷ୍ଟ ଅର୍ଥନୀତିଜ୍ଞ ଅମର୍ତ୍ତ୍ୟ ସେନଙ୍କୁ ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ମିଳିଥିଲା। ଏବେ ଆମେରିକା ମିଟ୍‌ସ ୟୁନିଭର୍ସିଟିରେ ପ୍ରଫେସର ଅଛନ୍ତି ଅଭିଜିତ। ଏଥିସହ ଚଳିତ ବର୍ଷର ସମସ୍ତ ନୋବୋଲ ପୁରସ୍କାର ଘୋଷଣା ହୋଇ ସାରିଛି। ପୂର୍ବରୁ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ମେଡିସିନ, ଶାନ୍ତି ଓ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି।