ଓଡିଆନ୍ ନ୍ୟୁଜ

29

ଆତଙ୍କବାଦ ବିରୋଧରେ ଲଢ଼ିବା ପାଇଁ ନୂଆ ରଣନୀତିର ଆବଶ୍ୟକ

Team Odian News |

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଆଜି ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି (ଏନଆଇଏ)ର ବୈଠକ ବସିଛି। ଏହି ଅବସରରେ ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଯୋଗ ଦେଇ ଆତଙ୍କବାଦ ବିରୋଧରେ ଲଢ଼ିବା ପାଇଁ ନୂଆ ରଣନୀତିର ଆବଶ୍ୟକ ରହିଛି ବୋଲି କହିଛନ୍ତି।

ସେ କହିଛନ୍ତି, ପାକିସ୍ତାନ ସରକାର ଆତଙ୍କବାଦକୁ ନିଜର ଏକ ଅଂଶ କରି ସାରିଛନ୍ତି। ଏବେ ସେହି ଆତଙ୍କବାଦୀ ଭାରତ ବିପକ୍ଷରେ ଲଢ଼ୁଛନ୍ତି। ତେବେ ଭାରତ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ ସଫଳ ହୋଇଛି। ‘ଏବେ ଆମେ ଆତଙ୍କବାଦୀଙ୍କ ବର୍ତ୍ତମାନ ସ୍ଥିତି ଉପରେ ଲଢ଼ୁଛୁ। ହେଲେ ତାଙ୍କ ଭବିଷ୍ୟତ ଉପରେ ଲଢ଼ିଲେ ହିଁ ଆତଙ୍କବାଦର ମୂଳୋତ୍ପାଟନ ହୋଇପାରିବ ବୋଲି’ ଅଜିତ ଡୋଭାଲ କହିଛନ୍ତି। ତେଣୁ ତାଙ୍କ ବିଚାରଧାରା ଉପରେ ଲଢ଼ିବା ଜରୁରୀ ବୋଲି ସେ କହିଛନ୍ତି।ଗତ ୩୦ ବର୍ଷ ଧରି ପୃଥିବୀର ବହୁ ଦେଶରେ ଆତଙ୍କବାଦ ବିରୋଧରେ ଲଢ଼େଇ ଜାରି ରହିଛି। ଏହି ଲଢ଼େଇରେ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କରାଯାଉଛି। ସେହିପରି ଅସ୍ତ୍ରଶସ୍ତ୍ର, ପାଣ୍ଠି ଯୋଗାଣ ବନ୍ଦ ଆଦିକୁ ଗୁରୁତ୍ୱ ଦିଆଯାଉଛି। ତେବେ ଏଭଳି ଚିନ୍ତାଧାରାରେ ପରିବର୍ତ୍ତନ ଅଣାଯାଇ ପାରିଲେ ହିଁ ଆତଙ୍କବାଦ ଲୋପ ପାଇପାରିବ ବୋଲି ସେ କହିଛନ୍ତି।