ଓଡିଆନ୍ ନ୍ୟୁଜ

129

ଶୈକ୍ଷିକ ବାତାବରଣ ଫେରାଇ ଆଣିବାକୁ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ଅନଶନ

Team Odian News |

ଶୈକ୍ଷିକ ବାତାବରଣ ଫେରାଇ ଆଣିବାକୁ  ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ଅନଶନ
ଭୁବନେଶ୍ୱର,୧୦/୧୦( ଓଡ଼ିଆନ୍‍ ନ୍ୟୁଜ୍‍): ଶାନ୍ତି ପାଇଁ ଅନଶନରେ ବସିଲେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ସୌମେନ୍ଦ୍ର ମୋହନ ପଟ୍ଟନାୟକ । ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ର କରି ଉତ୍କଳ ବିଶ୍ୱବିଦ୍ୟାଳୟରେ ଦେଖାଯାଇଥିବା ଉତ୍ତେଜନା ଯୋଗୁଁ ଉତ୍କଳ ବିଶ୍ୱବିଦ୍ୟାଳୟକୁ ସାଇନ-ଏ-ଡାଏ ଘୋଷଣା କରାଯାଇଥିଲା । ଏହାପରେ ସୋମବାର ୯ ତାରିଖରେ ଉତ୍କଳ ବିଶ୍ୱବିଦ୍ୟାଳୟ ପୁଣି ଥରେ ଖୋଲିବା ପରେ ମଧ୍ୟ କ୍ୟାମ୍ପସରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏହାସହ ବିଶ୍ୱବିଦ୍ୟାଳୟରେ ଶୈକ୍ଷିକ ବାତାବରଣ ମଧ୍ୟ ପ୍ରଭାବିତ ହୋଇଥିଲା । ଏହାକୁ ବିରୋଧ କରି ଏବଂ ବିଶ୍ୱବିଦ୍ୟାଳୟରେ ଶୈକ୍ଷିକ ବାତାବରଣ ଫେରାଇ ଆଣିବାକୁ କୁଳପତି ଦାବି ଏବଂ ନିବେଦନ କରିବା ସହ ମଙ୍ଗଳବାର ସକାଳ ୮ ଟାରୁ ଅନଶନରେ ବସିଛନ୍ତି । ତାଙ୍କୁ ସମର୍ଥନ କରି ଅନ୍ୟ କେତେକ ଅଧ୍ୟାପକ ଏବଂ ଛାତ୍ର ମଧ୍ୟ ଏହି ଅନଶନରେ ସାମିଲ ହୋଇଛନ୍ତି ।