ଓଡିଆନ୍ ନ୍ୟୁଜ

37

ଆଜି ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ

Team Odian News |

ଭୁବନେଶ୍ବର: ଆଜି ୭୪ ବର୍ଷରେ ପାଦ ଥାପିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କିନ୍ତୁ ଏଥର ସେ ଜନ୍ମଦିନ ପାଳିବେ ନାହିଁ। ରାଜ୍ୟରେ ଫନି ବାତ୍ୟାରେ ବ୍ୟାପକ କ୍ଷତି ହୋଇଥି‌ବାରୁ ନବୀନ ଏପରି ନିଷ୍ପତ୍ତି ନେଇଛନ୍ତି। ତେଣୁ ଜନ୍ମଦିନ ଶୁଭେଚ୍ଛା ଜଣାଇବାକୁ ନବୀନ ନିବାସ ନ ଆସିବା ପାଇଁ ମନ୍ତ୍ରୀ, ନେତା, କର୍ମୀ ଓ ଶୁଭେଚ୍ଛୁଙ୍କୁ କୁହାଯାଇଛି।

ଜନ୍ମଦିନ ପାଳନ ପାଇଁ ନିଷ୍ପତ୍ତି ନେବା ସହ ଅନାଥ ଆଶ୍ରମ ଓ ଭିନ୍ନକ୍ଷମ ପିଲାମାନଙ୍କ ପାଇଁ ଥିବା ସ୍କୁଲ୍‌କୁ ଯାଇ ସେମାନଙ୍କ ଭଲ ପାଇଁ କିଛି କାମ କରିବାକୁ ଦଳର କର୍ମୀ ଓ ଶୁଭେଚ୍ଛୁମାନଙ୍କୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି। ଆସନ୍ତାକାଲି ସାରା ରାଜ୍ୟରେ ବିଜେଡି ପକ୍ଷରୁ ଜୀବନବିନ୍ଦୁ ରକ୍ତଦାନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବାରୁ ସେ ଖୁସି ପ୍ରକାଶ କରିଛନ୍ତି।ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଓଡ଼ିଶାବାସୀ ହେଉଛନ୍ତି ମୋର ପରିବାର। ଓଡ଼ିଶାବାସୀଙ୍କ ସ୍ନେହ ଓ ଭଲ ପାଇବା ମୋତେ ଋଣୀ କରିଛି। ଆପଣମାନଙ୍କ ଆଶୀର୍ବାଦ ହିଁ ମୋର ସବୁଠାରୁ ବଡ଼ ପ୍ରେରଣା। କେବଳ ମୋର ଜନ୍ମଦିନରେ ନୁହେଁ, ଆପଣମାନଙ୍କ ଜୀବନର ସବୁ ସ୍ମରଣୀୟ ଦିନ ଯଥା ଜନ୍ମଦିନ, ପିଲାଙ୍କ ଜନ୍ମଦିନ ଓ ବିବାହ ବାର୍ଷିକୀ ଆଦି ଦିନମାନଙ୍କରେ ଏହି ଅନାଥ ଆଶ୍ରମ ଓ ଭିନ୍ନକ୍ଷମ ପିଲାମାନଙ୍କ ପାଖକୁ ଯାଆନ୍ତୁ ଓ ସେମାନଙ୍କ ପାଇଁ କିଛି କରନ୍ତୁ। ଯେତେବେଳେ ଆପଣ ଅନାଥ ଆଶ୍ରମ ବା ଭିନ୍ନକ୍ଷମ ପିଲାମାନଙ୍କ ପାଇଁ ସ୍କୁଲ୍‌କୁ ଯାଉଛନ୍ତି, ସେ‌େତବେଳେ ଆପଣ ଆପଣଙ୍କ ପରିବାରକୁ ଓ ପିଲାମାନଙ୍କୁ ସାଥୀରେ ନେଇ ଯାଆନ୍ତୁ। ପିଲାମାନେ ହେଉଛନ୍ତି ଆମର ଭବିଷ୍ୟତ। ତେଣୁ ସେମାନଙ୍କ ଭଲ ପାଇଁ ଆପଣ ଯାହା କିଛି କରିବେ, ତାହା ମୋତେ ସବୁଠାରୁ ଅଧିକ ଆନନ୍ଦ ଦେବ।