ଓଡିଆନ୍ ନ୍ୟୁଜ

35

ଦୁର୍ଘଟଣାରେ ୮ ତୀର୍ଥଯାତ୍ରୀ ମୃତ

Team Odian News |

ସୁକମା: ଆନ୍ଧ୍ରପ୍ରଦେଶ-ଛତିଶଗଡ଼ ସୀମାରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ବସ୍‌ ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ହିଁ ୮  ତୀର୍ଥଯାତ୍ରୀ ପ୍ରାଣ ହରାଇଥିବାବେଳେ ୫ ଗୁରୁତର ଥିବା ଜଣାପଡ଼ିଛି। ପୂର୍ବ ଗୋଦାବରୀ ଜିଲାର ପାର୍ବତ୍ୟାଞ୍ଚଳରେ ମଙ୍ଗଳବାର ଏଭଳି ଦୁର୍ଘଟଣା ଘଟିଥିଲା ସୂଚନା ଅନୁଯାୟୀ, ପୂର୍ବ ଗୋଦାବରୀ ଜିଲ୍ଲା ଅନ୍ତର୍ଗତ ମାରେଡୁମିଲ୍ଲି ଓ ଚିଣ୍ଟୁର ଅଞ୍ଚଳ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି। ଟୁରିଷ୍ଟ ବସ୍‌ଟିର ବେଗ ଅଧିକ ଥିବାରୁ ଏହା ରାସ୍ତା ଉପରେ ହିଁ ଓଲଟି ପଡ଼ିଥିଲା। ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ଘଟଣା ସ୍ଥଳରେ ୮ ଜଣଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି।