ଓଡିଆନ୍ ନ୍ୟୁଜ

120

ଏସସିବିରେ ଡାକ୍ତରୀ ଛାତ୍ରୀଙ୍କୁ ନିର୍ୟାତନା ଅଭିଯୋଗ ନେଇ ସହଯୋଗୀ ପ୍ରଫେସରଙ୍କ ନାଁରେ ଥାନାରେ ମାମଲା

Team Odian News |

ଏସସିବିରେ ଡାକ୍ତରୀ ଛାତ୍ରୀଙ୍କୁ ନିର୍ୟାତନା ଅଭିଯୋଗ ନେଇ ସହଯୋଗୀ ପ୍ରଫେସରଙ୍କ ନାଁରେ ଥାନାରେ ମାମଲା
କଟକ,୧୦/୧୦( ଓଡ଼ିଆନ୍‍ ନ୍ୟୁଜ୍‍): କଟକ ବଡ଼ ଡାକ୍ତରଖାନାରେ ପୁଣି ଜଣେ ଡାକ୍ତରୀ ଛାତ୍ରୀଙ୍କୁ ନିର୍ୟାତନା ଦେବା ଘଟଣା ଆଲୋଡନ ସୃଷ୍ଟି କରିଛି । ଏସ୍‌ସିବି ଦନ୍ତରୋଗ ମହାବିଦ୍ୟାଳୟର ଜଣେ ଡାକ୍ତରୀ ଛାତ୍ରୀଙ୍କୁ ଜଣେ ସହଯୋଗୀ ପ୍ରଫେସର ନିର୍ୟାତନା ଦେଇଥିବା ନେଇ ମଙ୍ଗଳାବାଗ ଥାନାରେ ଅଭିଯୋଗ ହୋଇଛି । ପୁଲିସ ଏ ସଂକ୍ରାନ୍ତରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ପୁଲିସ ସୂତ୍ରରୁ ପ୍ରକାଶ, ଦନ୍ତରୋଗ ବିଭାଗରେ ପ୍ରଥମ ବର୍ଷର ସ୍ନାତକୋତ୍ତର ଛାତ୍ରୀଙ୍କୁ ସେହି ବିଭାଗର ଜଣେ ସହଯୋଗୀ ପ୍ରଫେସର ଓ ଜଣେ ସିନିୟର ରେସିଡେନ୍ସ ଡାକ୍ତର ବାରମ୍ବାର ଯୌନ ନିର୍ୟାତନା ଦେଇଥିଲେ । ଏ ସମ୍ପର୍କରେ ସେ ବିଭାଗୀୟ ମୁଖ୍ୟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବିଭାଗୀୟମୁଖ୍ୟ ଘଟଣାର ସମାଧାନ କରିବା ବଦଳରେ ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ବିଭାଗୀୟ ମୁଖ୍ୟଙ୍କଠାରୁ ହତୋତ୍ସାହିତ ହୋଇ ସେ ଥାନାରେ ଅଭିଯୋଗ କରିଥିଲେ । ଛାତ୍ରୀଙ୍କ ଅଭିଯୋଗକ୍ରମେ ପୁଲିସ ମାମଲା ରୁଜୁ କରିଛି । ଏ ସମ୍ପର୍କରେ ବିଭାଗୀୟମୁଖ୍ୟଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସମ୍ପୃକ୍ତା ଛାତ୍ରୀ ନିୟମିତ କ୍ଲାସକୁ ଆସୁନାହାନ୍ତି କି ରୋଗୀସେବା କରୁନାହାନ୍ତି । ସମ୍ପୃକ୍ତା ଛାତ୍ରୀଙ୍କୁ ତାଗିଦ କରିବାରୁ ସେ ନିର୍ୟାତନା ଅଭିଯୋଗ ଆଣିଛନ୍ତି । ପୁଲିସର ଯେ କୌଣସି ପ୍ରକାର ତଦନ୍ତକୁ ସ୍ୱାଗତ କରୁଛି ବୋଲି ସେ କହିଛନ୍ତି ।