ଓଡିଆନ୍ ନ୍ୟୁଜ

40

ବାଲେଶ୍ୱର ପ୍ରାଥମିକ ବିଦ୍ୟାଳୟର ମାଧ୍ୟାହ୍ନ ଭୋଜନରେ ଝିଟିପିଟି

Team Odian News |

ବାଲେଶ୍ୱର: ବୁଧବାର  ବାଲେଶ୍ୱର ସଦର ବ୍ଲକ ପାଳ ବାଲେଶ୍ୱର ପ୍ରାଥମିକ ବିଦ୍ୟାଳୟରେ ପରଷା ଯାଇଥିବା ମଧ୍ୟାହ୍ନ ଭୋଜନରେ ଝିଟିପିଟି ବାହାରିଥିଲା। ଏହାକୁ ନେଇ ଅଭିଭାବକମହଲରେ ତୀବ୍ର ଉତ୍ତେଜନା ଦେଖା ଦେଇଥିଲା। ମଧ୍ୟାହ୍ନ ଭୋଜନରେ ଝିଟିପିଟି ବାହାରିଥିବା ଖାଦ୍ୟକୁ ଖାଇଥିବା ୧୭ରୁ ଊର୍ଧ୍ୱ ଛାତ୍ରଛାତ୍ରୀ କାଳେ ଅସୁସ୍ଥ ହୋଇପଡ଼ିବେ ସେଭୟରେ ସେମାନଙ୍କୁ ସଙ୍ଗେସଙ୍ଗେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ୧୭ରୁ ଊର୍ଧ୍ୱ ଛାତ୍ରଛାତ୍ରୀ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୭ଜଣ ଛାତ୍ର ଥିବା ବେଳେ ୧୦ ଜଣେ ଛାତ୍ରୀ ଅଛନ୍ତି। ସୂଚନାଯୋଗ୍ୟ, ସବୁଦିନ ଭଳି ଆଜି ବି ପାଳ ବାଲେଶ୍ୱର ପ୍ରାଥମିକ ବିଦ୍ୟାଳୟରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ପରଷା ଯାଇଥିଲା। ମଧ୍ୟାହ୍ନ ଭୋଜନ ଖାଉଥିବା ବେଳେ ଜଣେ ଛାତ୍ରଙ୍କ ଖାଦ୍ୟ ଥାଳିରୁ ଝିଟିପିଟି ବାହାରିଥିଲା। ଏହାପରେ ଏହି ଖାଦ୍ୟ ଖାଇଥିବା ୧୭ଜଣ ଛାତ୍ରଛାତ୍ରୀ କାଳେ ଅସୁସ୍ଥ ହୋଇପଡ଼ିବେ ସେଭୟରେ ସେମାନଙ୍କୁ ସଙ୍ଗେସଙ୍ଗେ ସ୍କୁଲ କର୍ତ୍ତୃପକ୍ଷ, ଗ୍ରାମବାସୀ ଓ ପରିବାରଲୋକେ ମିଶି ବାଲେଶ୍ୱର ମୁଖ୍ୟଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ସମସ୍ତ ଛାତ୍ରଛାତ୍ରୀଙ୍କ ଅବସ୍ଥା ଠିକ୍‌ ଥିବା ଡାକ୍ତରଙ୍କ ପକ୍ଷରୁ ପ୍ରକାଶ।