ଓଡିଆନ୍ ନ୍ୟୁଜ

33

ଜମ୍ମୁ ଓ କଶ୍ମୀରର ଅନନ୍ତନାଗରେ ଏନ୍‌କାଉଣ୍ଟର୍‌

Team Odian News |

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ଅନନ୍ତନାଗରେ ମିଳିତ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି।ବୁଧବାର ସକାଳେ ଜମ୍ମୁ ଓ କଶ୍ମୀରର ଅନନ୍ତନାଗ ଉପକଣ୍ଠସ୍ଥିତ ପାଜାଲପୁର ଅଞ୍ଚଳରେ ନିରାପତ୍ତା ବଳଙ୍କ ସହ ଗୁଳି ବିନିମୟ ଯୋଗୁଁ ତିନି ଜଣ ହିଜ୍‌ବୁଲ୍‌ ମୁଜାହିଦୀନ ଆତଙ୍କବାଦୀ ନିହତ ହୋଇଛନ୍ତି।  ଏବେ ସେ ଅଞ୍ଚଳରେ ତଲାସ ଅଭିଯାନ ଜାରି ରହିଛି।ରରେ ୩ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ସକାଳ ପ୍ରାୟ ଛଅଟା ସମୟରେ ନିରାପତ୍ତା ବଳ ଏବଂ ଆତଙ୍କବାଦୀମାନଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ସେନା ଓ ସିଆର୍‌ପିଏଫ୍‌ ଯବାନମାନେ ମିଳିତ ଅଭିଯାନ ଚଳାଇଥିଲେ। ତିନି ଜଣ ଆତଙ୍କବାଦୀ ସେ ଅଞ୍ଚଳର ଗୋଟାଏ ଘରେ ଛକି ଥିଲେ। ସେ ଘରେ ଆତଙ୍କବାଦୀମାନେ ଆତ୍ମଗୋପନ କରିଥିବା ସୂଚନା ବୁଧବାର ପାହାନ୍ତା ବେଳକୁ ସେନା ପାଇଥିଲା।