ଓଡିଆନ୍ ନ୍ୟୁଜ

36

ଅଯୋଧ୍ୟା ବିବାଦର ଶୁଣାଣି ବେଳେ ହିନ୍ଦୁ ପକ୍ଷ;ବାବର ମସ୍‌ଜିଦ୍‌ ନିର୍ମାଣ ନେଇ ପ୍ରାମାଣ ନାହିଁ

Team Odian News |

ନୂଆଦିଲ୍ଲୀ: ସୁନ୍ନି ୱାକଫ୍ ବୋର୍ଡ ଓ ଅନ୍ୟ ମୁସଲିମ ପକ୍ଷଗୁଡ଼ିକ ଅଯୋଧ୍ୟାର ବିବାଦୀୟ ଅଞ୍ଚଳରେ ମୋଗଲ ସମ୍ରାଟ ବାବର ମସଜିଦ ନିର୍ମାଣ କରିଥିଲେ ବୋଲି ପ୍ରମାଣ କରିପାରି ନାହାନ୍ତି। ଆଜି ଅଯୋଧ୍ୟା ବିବାଦର ଶୁଣାଣି ବେଳେ ହିନ୍ଦୁ ପକ୍ଷରୁ ସୁପ୍ରିମକୋର୍ଟଙ୍କୁ ଏ ବିଷୟରେ ଅବଗତ କରାଯାଇଛି। ହିନ୍ଦୁ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଓକିଲ ସିଏସ୍‌ ବୈଦନାଥ ସୁପ୍ରିମକୋର୍ଟର ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠଙ୍କୁ କହିଥିଲେ ଯେ “ମସଜିଦ୍‌ ବାବର ନିର୍ମାଣ କରିଥିଲେ କି ନାହିଁ, ସେକଥା ମୁସଲିମ ପକ୍ଷ ଏଯାଏ ପ୍ରମାଣ କରିପାରୁ ନାହାନ୍ତି। ବିବାଦୀୟ ଅଞ୍ଚଳର ମାଲିକାନା ପାଇଁ ସୁନ୍ନି ୱାକଫ ବୋର୍ଡ ଏବଂ ଅନ୍ୟ ମୁସଲିମ ସଂସ୍ଥା ଦାବି କରୁଛନ୍ତି। ଏନେଇ ୧୯୬୧ ମସିହାରେ ସୁନ୍ନି ୱାକଫ ବୋର୍ଡ ମାମଲା ମଧ୍ୟ ଦାଏର କରିଥିଲା। ହେଲେ ସେମାନେ ଏଭଳି ଆବେଦନ କରି ପୂର୍ବରୁ ଏହି ସ୍ଥାନ ଆଉ କାହାର ମାଲିକାନାରେ ଥିଲା ଏବଂ ସେ ମନ୍ଦିର କିମ୍ବା ମୂର୍ତ୍ତି ମଧ୍ୟ ପ୍ରତିଷ୍ଠା କରିଥାଇ ପାରନ୍ତି ବୋଲି ମଧ୍ୟ ପରୋକ୍ଷରେ ସୂଚାଇ ଦେଇଛନ୍ତି” ବୋଲି ଯୁକ୍ତି ବାଢ଼ିଛନ୍ତି ହିନ୍ଦୁପକ୍ଷ ଓକିଲ। ଏଥିସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ “ସେମାନେ କେବଳ ମାଲିକାନା ପାଇଁ ଦାବି କଲେ ହେବନାହିଁ। ପ୍ରମାଣ ମଧ୍ୟ ଦେବାକୁ ପଡ଼ିବ। ୧୯୬୧ ପୂର୍ବରୁ ଏଠାରେ କାହାର ମାଲିକାନା ଥିଲା, ସେକଥା ମଧ୍ୟ ସେମାନେ କହିବା ଦରକାର। ତେଣୁ ସେମାନେ ଏଠାରେ କିଏ ମସଜିଦ୍‌ ନିର୍ମାଣ କରିଥିଲା, ସେକଥା ପ୍ରମାଣ କରନ୍ତୁ।”