ଓଡିଆନ୍ ନ୍ୟୁଜ

43

୨୦୨୦ ଅକ୍ଟୋବର ୨ ସୁଦ୍ଧା ରାଜ୍ୟରେ ପ୍ଲାଷ୍ଟିକ ପୂରା ବ୍ୟାନ୍

Team Odian News |

ଭୁବନେଶ୍ୱର : ଆସନ୍ତାବର୍ଷ ୨୦୨୦ ଅକ୍ଟୋବର ୨ ସୁଦ୍ଧା ରାଜ୍ୟରେ ପ୍ଲାଷ୍ଟିକ ପୂରା ବ୍ୟାନ୍ ହେବ।  ବର୍ତ୍ତମାନ ରାଜ୍ୟର ସବୁ ପୌରାଞ୍ଚଳରେ ପ୍ଲାଷ୍ଟିକ ବ୍ୟାନ୍ କରାଯାଇଛି। ହେଲେ ଏବେ ଗ୍ରାମାଞ୍ଚଳରେ ପ୍ଲାଷ୍ଟିକ ବ୍ୟବହାର କମ୍ କରାଯିବା ସହ ଉପଯୁକ୍ତ ଡିସ୍‌ପୋଜ ପାଇଁ ପଞ୍ଚାୟତିରାଜ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଛି।

ପ୍ରତ୍ୟେକ ଜିଲ୍ଲାରେ ପ୍ଲାଷ୍ଟିକ ୱେଷ୍ଟ ପ୍ରୋସେସିଂ ସେଣ୍ଟର ନିର୍ମାଣ କରାଯିବ। ଏଥିସହ ପ୍ଲାଷ୍ଟିକ ଉତ୍ପାଦନ ବନ୍ଦ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ପ୍ଲାଷ୍ଟିକ ବର୍ଜ୍ୟକୁ ରାସ୍ତା କାମରେ ଲଗାଇବାକୁ ପୂର୍ତ୍ତ ବିଭାଗକୁ ଦିଆଯିବ। ପ୍ଲାଷ୍ଟିକର ବିକଳ୍ପ ଭାବେ କପଡ଼ା ଓ କାଗଜ ବ୍ୟାଗ ତିଆରି କରିବେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ।