ଓଡିଆନ୍ ନ୍ୟୁଜ

74

ଜୀବନ ନେଲା ବାର୍‌ହା ଫାଶ

Team Odian News |

ସୋନପୁର: ବାରହା ଫାଶରେ ଫସି ପ୍ରାଣ ହରାଇଲେ ବାପ-ପୁଅ। ଅନ୍ୟଜଣେ ପୁଅ ଗୁରୁତର ଆହତ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ପିତାମହୁଲ ଗାଁରେ। ସୁବର୍ଣ୍ଣପୁର ଥାନା ସୁବଳୟା ଥାନା ପିତାମହୁଲ ବାଉରିଜୋର ଜଙ୍ଗଲକୁ ଗତକାଲି ରାତିରେ ନିଜ ଦୁଇ ପୁଅ ସହ ଯାଇଥିଲେ ୫୫ ବର୍ଷୀୟ ସହଦେବ ସାହୁ। ତେବେ ସେଠାରେ ବାର୍‌ହା ପାଇଁ ବିଛାଯାଇଥିବା ତାର ସଂସ୍ପର୍ଶରେ ଆସିବାରୁ ଘଟଣା ସ୍ଥଳରେ ବାପ ସହଦେବ ଓ ପୁଅ ଦେବାନନ୍ଦଙ୍କ(୩୧) ମୃତ୍ୟୁ ହୋଇଛି। ଏଥିରେ ସାନ ପୁଅ ଅରୁପାନନ୍ଦ ଗୁରୁତର ହୋଇଛନ୍ତି। ପ୍ରଥମେ ଅରୁପାନନ୍ଦଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଖବରପାଇ ସୁବଳୟା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ବିଳମ୍ବିତ ରାତିରେ ଏମାନେ କଣ ପାଇଁ ଜଙ୍ଗଲକୁ ଯାଇଥିଲେ ତାହା ସ୍ପଷ୍ଟ ହୋଇନି।