ଓଡିଆନ୍ ନ୍ୟୁଜ

1484

ପବିତ୍ର ରାଉତ ହେଲେ କେନ୍ଦ୍ରାପଡ଼ା ସାଂସଦଙ୍କ ପ୍ରତିନିଧି ।

Team Odian News |

ପବିତ୍ର ରାଉତ ହେଲେ କେନ୍ଦ୍ରାପଡ଼ା ସାଂସଦଙ୍କ ପ୍ରତିନିଧି  । 
ରାଜକନିକା: ରାଜକନିକା ବ୍ଲକ୍ ପାଇଁ ମାନ୍ୟବର  କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ବିଜେଡ଼ିର ଯୁବ ନେତା, କ୍ରୀଡ଼ାବିତ୍ ତଥା ପାରିନୂଆପଡ଼ା ଗ୍ରାମପଂଚାୟତର ସରପଂଚ ପବିତ୍ର ରାଉତଙ୍କୁ ମନୋନୀତ କରିଛନ୍ତି  । ସାଂସଦ ଶ୍ରୀମହାନ୍ତି ଏକ ସ୍ୱତନ୍ତ୍ର ପତ୍ର ମାଧ୍ୟମରେ ଶ୍ରୀରାଉତଙ୍କୁ ନିଜର ରାଜକନିକା ବ୍ଲକ୍ ପ୍ରତିନିଧି ଭାବେ ମନୋନୀତ କରିଥିବାର କେନ୍ଦ୍ରାପଡ଼ା ଜିଲାପାଳଙ୍କୁ ଜଣାଇଛନ୍ତି  । ଏହି ଖବର ଜଣାପଡ଼ିବା ପରେ ରାଜକନିକା ବ୍ଲକ୍ରେ ଯୁବ ବିଜେଡ଼ି କର୍ମୀମାନେ ବାଣ ଫୁଟାଇ ଖୁସି ମନାଇଛନ୍ତି  । ସାଂସଦଙ୍କ ପ୍ରତିନିଧି ଭାବେ ମନୋନୀତ ହେବା ପରେ ଶ୍ରୀରାଉତ ସାଂସଦ ଅନୁଭବ ମହାନ୍ତି, ବିଧାୟକ ପ୍ରତାପ କେଶରୀ ଦେବ, ବିଧାୟକଙ୍କ ପ୍ରତିନିଧି ବିକାଶ ଚନ୍ଦ୍ର ଦାସ ଏବଂ ରାଜକନିକା ପଂଚାୟତ ସମିତିର ଅଧ୍ୟକ୍ଷା ସାବିତ୍ରୀ ଦାସଙ୍କୁ କୃତଜ୍ଞତା ଜଣାଇଛନ୍ତି  । ଯୁବ ବିଜେଡ଼ି ନେତା କୈଳାସ ସେଠୀ, ପ୍ରାକ୍ତନ ସମିତି ସଭ୍ୟ ଭରତ ମହାପାତ୍ର, ସମିତି ସଭ୍ୟ ପ୍ରଦ୍ୟୁମ୍ନ ରାଉତ, ଯୁବ ନେତା ଅରୁଣ ରାଉତ, ଏବଂ ମହେଶ୍ୱର ରାଉତ ପ୍ରମୁଖ ସାଂସଦଙ୍କ ପ୍ରତିନିଧି ଶ୍ରୀରାଉତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି  । ଶ୍ରୀରାଉତ ପାରିନୂଆପଡ଼ା ଗ୍ରାମପଂଚାୟତରେ ଜଣେ ଟାଣୁଆ ଯୁବନେତା  । ବିଜେଡ଼ିର ସମସ୍ତ କାର୍ଯ୍ୟକ୍ରମ ସହିତ ସରକାରୀ ଫାଇପ୍ ଟିକୁ ପଂଚାୟତରେ ସଫଳ ରୂପାୟନ କରିବାରେ ସେ ଅଗ୍ରଣୀ ଭୂମିକା ନେଇଛନ୍ତି  । ଯେଉଁ କାରଣରୁ ଗ୍ରାମପଂଚାୟତରେ ସର୍ବାଧିକ ବିଜେଡ଼ି ଦଳକୁ ଭୋଟ ମିଳିଥିବାର ରେକର୍ଡ଼ ରହିଛି  । ଏହା ସହିତ ଜଣେ ସଫଳ କ୍ରୀଡ଼ାବିତ୍ ଭାବେ ମଧ୍ୟ ତାଙ୍କର ଦକ୍ଷତା ରହିଛି  ।