ଓଡିଆନ୍ ନ୍ୟୁଜ

26

ଯାହାକୁ ରଖିବେ ଅନନ୍ତ……

Team Odian News |

ଯାହାକୁ ରଖିବେ ଅନନ୍ତ……

ମଧ୍ୟପ୍ରଦେଶ : ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ। ଏହି ଉକ୍ତି ଏବେ ସତ ପ୍ରମାଣିତ ହୋଇଛି। ଦୁଇ ମହଲା ଉପର ଛାତରୁ ଖସି ଆସି ସିଧା ପଡ଼ିଲେ ରିକ୍ସା ଉପରେ । ଆପଣ ଦେଖୁଥିବା ଏହି ସିସିଟିଭି ଭିଜୁଆଲ୍ ହେଉଛି ମଧ୍ୟପ୍ରଦେଶ ଟିକମଗଡ଼ର । ଯେଉଁଠି ଘରର ଦୁଇ ମହଲା ଉପରେ ଖେଳୁଥିଲେ ତିନି ବର୍ଷର ଶିଶୁ ପୁତ୍ର ।

ତେବେ କୌଣସି ଅସାବଧାନତା ଯୋଗୁଁ ଛାତରୁ ଖସି ପଡ଼ିଥିଲେ ଶିଶୁଟି। ହେଲେ ସୌଭାଗ୍ୟବଶତଃ ସେହି ସମୟରେ ତଳେ ଏକ ରିକ୍ସା ଯାଉଥିଲା। ଆଉ ଶିଶୁ ପୁଅଟି ଯାଇ ରିକ୍ସାରେ ପଡ଼ିଥିଲେ। ଫଳରେ କୌଣସି ବି କ୍ଷତି ଶିଶୁଟିର ହୋଇନି। ଏବେ ଶିଶୁ ପୁତ୍ର ସୁରକ୍ଷିତ ରହିଛି। ଘଟଣା ପରେ ଶିଶୁ ପୁତ୍ରଙ୍କ ବାପା ରିକ୍ସା ଚାଳକଙ୍କୁ କୁତଜ୍ଞତା ଜ୍ଞାପନ କରିଛନ୍ତି  ।