ଓଡିଆନ୍ ନ୍ୟୁଜ

38

ଆଖିବନ୍ଦ କରି ଇଣ୍ଡିଆ ବୁକ ଅଫ୍‌ ରେକର୍ଡ଼ କଲେ କୁନି ଝିଅ

Team Odian News |

ଆଖିବନ୍ଦ କରି ଇଣ୍ଡିଆ ବୁକ ଅଫ୍‌ ରେକର୍ଡ଼ କଲେ କୁନି ଝିଅ

ଝାରସୁଗୁଡ଼ା: କୁନି ପିଲା, ହେଲେ ପ୍ରଚଣ୍ଡ ପ୍ରତିଭାର ଅଧିକାରୀ। ଆଖିରେ ପଟି ବାନ୍ଧି କମ୍ୟୁଟରରେ A ରୁ Z ପର୍ଯ୍ୟନ୍ତ ମାତ୍ର ୩.୫୪ ସେକେଣ୍ଡ ରେ ଟାଇପ କରି ଇଣ୍ଡିଆ ବୁକ ଅଫ୍‌ ରେକର୍ଡ଼ରେ ସ୍ଥାନ ପାଇଛନ୍ତି କୁନି ଝିଅ ଦୀପ୍ତି ଶର୍ମା। ତୃତୀୟ ଶ୍ରେଣୀରେ ପାଠ ପଢୁ ଏହି କୁନି ଝିଅଙ୍କ ଘର ରାଜସ୍ଥାନରେ। କିନ୍ତୁ ରହୁଛନ୍ତି ଝାରସୁଗୁଡ଼ା ସହରରେ। ସେଠାରେ ମାଇଁ କିଡ୍‌ସି ସ୍କୁଲରେ ପଢ଼ୁଛନ୍ତି।

ପଟି ବନ୍ଧା ଆଖିରେ ତାଙ୍କ ଟାଇପ୍ ସ୍ପିଡ୍ ଯେ କେହି ଦେଖିବ, ସେ ଅବାକ୍ ହୋଇଯିବ। ଏଥିପାଇଁ କୌଣସି କୋଚିଂ ନେଇନାହାନ୍ତି କେବଳ ବାରମ୍ବାର ଅଭ୍ୟାସ କରି ସେ ଏହି ବିରଳ ସଫଳତା ପାଇଛନ୍ତି।