ଓଡିଆନ୍ ନ୍ୟୁଜ

145

ପୃଥିବୀର ସର୍ବ କନିଷ୍ଠ ଅଧ୍ୟାପକ ୧୪ ବର୍ଷିୟ ୟସ୍‍, ମାନବ କାଲକୁଲେଟର

Team Odian News |

ପୃଥିବୀର ସର୍ବ କନିଷ୍ଠ  ଅଧ୍ୟାପକ 
୧୪ ବର୍ଷିୟ ୟସ୍‍, ମାନବ କାଲକୁଲେଟର 

ଇଂଲଣ୍ଡ,୧୦/୧୦( ଓଡ଼ିଆନ୍‍ ନ୍ୟୁଜ୍‍ ଟିମ୍‍):ସାଧାରଣତଃ ଗଣିତ କଥା ପଡ଼ିଲେ ଅଧିକାଂଶ ପିଲାଙ୍କୁ ଛାନିଆ ଲାଗିଯାଏ । ହେଲେ ନିଜର ବିସ୍ମୟକର ଗଣିତ ଜ୍ଞାନ ପାଇଁ ୧୪ ବର୍ଷର ବାଳକ ୟସ୍‍ ଇଂଲଣ୍ଡର ଆସଲେୟ ବିଶ୍ୱବିଦ୍ୟାଳୟର ପ୍ରଫେସର ହୋଇ ପାରିଛନ୍ତି । ବିଶ୍ୱର ସର୍ବକନିଷ୍ଠ ପ୍ରଫେସରର ଆଖ୍ୟ ମଧ୍ୟ ପାଇଛନ୍ତି । କେବଳ ସେତିକି ନୁହେଁ ୟସ୍‍ ତାଙ୍କର ଗାଣିତକ ଜ୍ଞାନ ପାଇଁ ମାନବ କାଲକୁଲେଟର ଭାବେ ମଧ୍ୟ ବେଶ ପରିଚିତ । “ଲିସେଷ୍ଟର ବିଶ୍ୱବିଦ୍ୟାଳୟ”ରେ ସେ ନିଜର ଡ଼ିଗ୍ରୀ ହାସଲ କରିବା ସହ ପିଲାମାନଙ୍କୁ ଗଣିତ ପଢାଉଛନ୍ତି । ତାଙ୍କ ବୟସର ପିଲାମାନେ ସ୍କୁଲରେ ପଢୁଥିବା ବେଳେ ସେ ବିଶ୍ୱବିଦ୍ୟାଳୟର ପ୍ରଫେସର ହେବା ଏକ ବିସ୍ମୟକର ଘଟଣା ନିଶ୍ଚୟ । ୟସ୍‍ଙ୍କ ପିତା ମୁସୋ ଆସଲେୟ ସବୁଦିନ ୟସ୍‍ଙ୍କ ବିଶ୍ୱବିଦ୍ୟାଳୟ ଯାଉଛନ୍ତି  । ପୁଅର  ଏହି ସଫଳତା ନେଇ ସେ ବହୁତ ଖୁସି ଓ ଗର୍ବିତ ବୋଲି ପ୍ରକାଶ କରନ୍ତି  । ଏହାସହ ସେ କହନ୍ତି ୟସ୍‍ର  ସବୁବେଳେ ଗଣିତ ପ୍ରତି ଆଗ୍ରହ ରହିଥିଲା । ତାର ଗଣିତ ପ୍ରତି ରହିଥିବା ଜ୍ଞାନ ଓ ମନ ରଖିବା କ୍ଷମତା ବିଷୟରେ ଜାଣିବା ପରେ ମୁଁ ବିଶ୍ୱବିଦ୍ୟାଳୟ ସହ ସମ୍ପର୍କ କରିଥିଲି । ସେତେବେଳକୁ ୟସକୁ ୧୩ ବର୍ଷ ହୋଇଥିଲା । ଏହାପରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଯୋଗାଯୋଗ କରାଯିବ ସହ ତାଙ୍କ ଜ୍ଞାନର ପରୀକ୍ଷା କରାଯାଇଥିଲା ମଧ୍ୟ । ତାଙ୍କ ପ୍ରଖର ଜ୍ଞାନ ଦେଖି ବିଶ୍ୱବିଦ୍ୟାଳୟ କତୃପକ୍ଷ ଆଶ୍ଚର୍ଯ୍ୟ ହେବା ସହ ତାଙ୍କୁ ପ୍ରଫେସର ଭାବେ ନିଯୁକ୍ତି ଦେଇଥିଲେ । ୟସ୍‍ଙ୍କ ବାପା ଏବେ ତାଙ୍କ ପାଠପଢାରେ ବେଶ ଖୁସିଥିବାର ମଧ୍ୟ କହିଛନ୍ତି । ୟସ୍‍ ତାଙ୍କର ଡ଼ିଗ୍ରୀ ଶେଷ କରିବା ସହ ପିଏଚଡ଼ି କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ସେ କହନ୍ତି ଯେତେବେଳେ ସେ ପ୍ରଥମ କରି ପେନାଲର ସମ୍ମୁଖୀନ ହୋଇଥିଲେ ସେହି ସମୟରେ ତାଙ୍କୁ ଅନେକ ଗୁଡ଼ିଏ ପ୍ରଶ୍ନ ପଚରାଯାଇଥିଲା ଓ ସେ ସେଗୁଡ଼ିକର ସଠିକ ଉତ୍ତର ଧିର ଚିତ୍ତରେ ଦେଇଥିଲେ ।  ଯାହାକି ଅନୁଷ୍ଠାନ ପ୍ରତି ତାଙ୍କର ମୂଲ୍ୟବୋଧତା ପ୍ରମାଣ କରିଦେଇଥିଲା । ଏହାପରେ ସେ ସେହି ବିଶ୍ୱବିଦ୍ୟଳୟରେ ସମୁହିକ ବା ଗେଷ୍ଟ ପ୍ରଫେସର ଭାବେ ଯୋଗ ଦେଇଥିଲେ । ଏତେ ଛୋଟ ବୟସରେ ପ୍ରଫେସର ଭାବେ ନିଯୁକ୍ତି ପାଇବା ପାଇଁ ତାଙ୍କୁ ଏଚ.ଆର.ଡ଼ି ବିଭାଗରୁ ବିଭିନ୍ନ ପ୍ରକାର ଅନୁମତି ନେବାକୁ ପଡ଼ିଥିଲା । ଏପରି ପରିସ୍ଥିତି ହୋଇଥିଲାଯେ ସେ ବିଶ୍ୱବିଦ୍ୟାଳୟ କତୃପକ୍ଷଙ୍କ ଦ୍ୱାରା ପ୍ରସ୍ତୁତି ନିଯୁକ୍ତି ପତ୍ରକୁ ମଧ୍ୟ ସେ ବିଶ୍ୱାସ କରିପାରି ନଥିଲେ । ଏହାସହ କାଉଁସେଲିଙ୍ଗର କିଛି ସଦସ୍ୟ ୟସ୍‍ଙ୍କ ସହ ସାକ୍ଷାତକାର ପରେ ଜାଣି ପାରିଥିଲେ ଯେ ସେ ତାଙ୍କ ବିଶ୍ୱବିଦ୍ୟାଳୟରେ ନିଯୁକ୍ତି ପାଇ ପାରିବେ ।  ଏନେଇ ୟସ୍‍ କହନ୍ତି ଚାକିରି ପାଇବା ଠାରୁ ସେ ତାଙ୍କର ଛାତ୍ରଛାତ୍ରୀଙ୍କ ଜ୍ଞାନ ବିସ୍ତାର ପାଇଁ ଯେଉଁ ସୁଯୋଗ ପାଇଛନ୍ତି ତାହା ଅଧିକ ଖୁସି ଦେଇଛି  ।