ଓଡିଆନ୍ ନ୍ୟୁଜ

200

ଅଖୌରା ଠାରେ ଦୀପାବଳି ମିଠା ଦିଆନିଆ କଲେ ଭାରତ ଓ ବାଂଲାଦେଶ ସୈନିକ

Team Odian News |

ଅଗରତାଲା: ଶୁକ୍ରବାର ଦିନ ଅଖୌରା ଇଣ୍ଟିଗ୍ରେଟେଡ୍‌ ଚେକ୍‌ ପୋଷ୍ଟ୍‍ ଠାରେ ବର୍ଡର୍‌ ସିକ୍ୟୁରିଟି ଫୋର୍ସ (ବିଏସ୍‌ଏଫ୍‌) ଏବଂ ବର୍ଡର୍‌ ଗାର୍ଡସ୍‌ ବାଲାଂଦେଶ (ବିଜିବି) ମିଷ୍ଟାନ୍ନ ଆଦାନପ୍ରଦାନ କରିଛନ୍ତି। ଦୀପାବଳି ଶୁଭେଚ୍ଛା ଭାବେ ଦୁଇ ବନ୍ଧୁ ଭାବାପନ୍ନ ପଡ଼ୋଶୀ ଦେଶର ସୈନିକମାନଙ୍କ ମଧ୍ୟରେ ମିଷ୍ଟାନ୍ନ ବିନିମୟ ହୋଇଛି।ଅଖୌରା ବିଜିବି କ୍ୟାମ୍ପ୍‌ର କମ୍ପାନି କମାଣ୍ଡର୍‌ ଜାହାଙ୍ଗୀର ଆଲାମ କହନ୍ତି: ଏଇଟା ପ୍ରାକ୍‌-ଦୀପାବଳି ପାଳନ ଏବଂ ମିଠା ଦିଆନିଆ ଭାରତ ଓ ବାଂଲାଦେଶର ସମ୍ପର୍କକୁ ଆହୁରି ସରସ କରିବ। ଏହା ଉଭୟ ପକ୍ଷର ସୀମାନ୍ତ ଅଞ୍ଚଳରେ ଅପରାଧ ପରିମାଣ ହ୍ରାସ କରାଇବାରେ ସହାୟକ ହେବ। ପୁରାତନ, ପାରମ୍ପରିକ ପ୍ରଥା ଭାବେ ପ୍ରତିବର୍ଷ ସୈନିକମାନେ ପରସ୍ପରଙ୍କୁ ସାଧାରଣତନ୍ତ୍ର ଦିବସ, ସ୍ୱାଧୀନତା ଦିବସ ଏବଂ ଇଦ୍‌ ଆଦି ପର୍ବ ଅବସରରେ ମିଷ୍ଟାନ ଦିଅନ୍ତି।ବଡ଼ ଉଦ୍ଦୀପନ୍ନାର ସହ ସମଗ୍ର ଭାରତରେ ଦୀପାବଳି ପାଳନ କରାଯାଏ। ହିନ୍ଦୁ ପୁରାଣ ମତରେ, ସୁଦୂର ଲଙ୍କାରେ ରାକ୍ଷସ ରାଜା ରାବଣଙ୍କୁ ନିହତ କରି ଏବଂ ଦୀର୍ଘ ୧୪ ବର୍ଷର ବନବାସ ଶେଷ କରି ପ୍ରଭୁ ରାମଚନ୍ଦ୍ରଙ୍କ ବାହୁଡ଼ାକୁ ସ୍ମରଣ କରି ଏହି ଉତ୍ସବ ପାଳନ କରାଯାଏ।