ଓଡିଆନ୍ ନ୍ୟୁଜ

35

ମୋଦୀଙ୍କ ସୀମାରେ ଦୀପାବଳି ପାଳନ ପୂର୍ବରୁ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନ

Team Odian News |

ଜାମ୍ମୁ: ଜମ୍ମୁକାଶ୍ମୀରର ରାଜୌରିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୀପାବଳି ପାଳନ ପୂର୍ବରୁ ପାକିସ୍ତାନ ସେନା ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଙ୍ଘନ କରାଯାଇଛି | ପାକିସ୍ତାନ ସେନା ପକ୍ଷରୁ ଭାରତର ସୀମାରେ ଥିବା ପୋଷ୍ଟଗୁଡିକୁ ଟାର୍ଗେଟ କରାଯାଇଛି | ରାଜୌରିର ସୁନ୍ଦରବନି ଅଂଚଳରେ ଏହି ଅସ୍ତ୍ରବିରତି ଉଲ୍ଲଙ୍ଘନ କରାଯାଇଛି | ଏଥିରେ ଜଣେ ଯବାନ ଗୁରୁତର ଭାବେ ଆହତ ହୋଇଛନ୍ତି | ଭାରତୀୟ ସେନା ପକ୍ଷରୁ ମଧ୍ୟ ଏହାର ମୁହଁତୋଡ ଜବାବ ଦିଆଯାଇଛି | ଏଠାରେ ସୂଚନା ଥାଉ କି ଜମ୍ମୁ ଓ କଶ୍ମୀରରେ ନିୟନ୍ତ୍ରଣ ରେଖା ଠାରେ ପହରା ଦେଉଥିବା ଯବାନମାନଙ୍କ ସହ ଦୀପାବଳି ପାଳିବା ନିମନ୍ତେ ରବିବାର ଦିନ ରାଜୌରି ଜିଲ୍ଲାରେ ପ୍ରଧାନମନ୍ତ୍ରୀ ମୋଦୀ ପହଞ୍ଚିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଦିନ ଯୋଗକୁ ସେଠାରେ ପଦାତିକ ବାହିନୀ ଦିବସ ପାଳନ ହେଉଛି। ପାକିସ୍ତାନ ସମର୍ଥୀତ ଅନୁପ୍ରବେଶକାରୀଙ୍କୁ ହଟାଇବା ନିମନ୍ତେ ୧୯୪୭ ମସିହାରେ ପ୍ରଥମେ ଭାରତୀୟ ସେନା ଜମ୍ମୁ ଓ କଶ୍ମୀରରେ ପହଞ୍ଚିଥିଲେ। ସେହି ବର୍ଷ ଠାରୁ ପଦାତିକ ବାହିନୀ ଦିବସ ପାଳନ ହୋଇ ଆସୁଛି। ନିୟନ୍ତ୍ରଣ ରେଖା ଠାରେ ମୁତୟନ ହୋଇଥିବା ଯବାନମାନଙ୍କ ସହ କଥାବାର୍ତ୍ତା କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ମୋଦୀ ବିମାନ ଯୋଗେ ସିଧା ଆର୍ମି ବ୍ରିଗେଡ୍‌ ମୁଖ୍ୟାଳୟକୁ ଯାଇଛନ୍ତି।