ଓଡିଆନ୍ ନ୍ୟୁଜ

19

ସାଉଦି ଆରବରେ ପହଞ୍ଚିଲେ ମୋଦୀ,ସ୍ୱାକ୍ଷରିତ ହେବ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ଚୁକ୍ତି

Team Odian News |

ରିଆଦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାଉଦି ଆରବ ରାଜଧାନୀ ରିଆଦରେ ପହଞ୍ଚିଛନ୍ତି । ସାଉଦି ଆରବର ରାଜା ସଲମାନ ବିନ ଅବ୍ଦୁଲଅଜିଜଙ୍କ ନିମନ୍ତ୍ରଣକ୍ରମେ ସେ ସେଠାକୁ ଦୁଇଦିନିଆ ଗସ୍ତରେ ଯାଇଛନ୍ତି । ମୋଦୀ ରିଆଦର କିଙ୍ଗ ଖାଲିଦ ଅନ୍ତର୍ଜାତୀୟ ଏୟାରପୋର୍ଟରେ ପହଞ୍ଚିବା ପରେ ତାଙ୍କୁ ସାଉଦି ଆରବର ବରିଷ୍ଠ ମନ୍ତ୍ରୀମାନେ ସ୍ୱାଗତ କରିଛନ୍ତି । ଏହି ଅବସରରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା । ନିଜର ଏହି ଦୁଇଦିନିଆ ଗସ୍ତ କାଳରେ ସେ ସାଉଦି ରାଜପ୍ରାସାଦରେ ରହିବେ । ମୋଦୀଙ୍କ ସମ୍ମାନାର୍ଥେ ସାଉଦି ରାଜା ଏକ ମଧ୍ୟାହ୍ନ ଭୋଜନର ଆୟୋଜନ କରିଛନ୍ତି ।ମଙ୍ଗଳବାର ରାତି ୨ଟାରେ ରିଆଦରେ ପହଞ୍ଚିବା ପରେ ମୋଦୀ ଟ୍ଵିଟ କରି ଲେଖିଛନ୍ତି ଯେ ଏହି ଗୁରୁତ୍ୱପୂର୍ଣ୍ଣ ଗସ୍ତର ଲକ୍ଷ୍ୟ ହେଉଛି ଏକ ବନ୍ଧୁ ରାଷ୍ଟ୍ର ସହିତ ବନ୍ଧୁତ୍ୱକୁ ଆହୁରି ସୁଦୃଢ କରିବା । ମୋଦୀଙ୍କ ଏହି ଗସ୍ତ କାଳରେ ବିଭିନ୍ନ ଉଦ୍ୟୋଗ ଯଥା ତୈଳ ଓ ଗ୍ୟାସ, ବେସାମରିକ ବିମାନଚଳାଚଳ, ଅଣପାରମ୍ପରିକ ଶକ୍ତି ଆଦି କ୍ଷେତ୍ରରେ ଦ୍ୱିପାକ୍ଷିକ ଚୁକ୍ତି ସ୍ୱାକ୍ଷର ହେବାର କାର୍ଯ୍ୟକ୍ରମ ରହିଛି । ଗତ ଅଗଷ୍ଟ ମାସରେ କଶ୍ମୀରରୁ ଧାରା ୩୭୦ ଉଠିବା ପରେ ଏହା ହେଉଛି ମୋଦୀଙ୍କ ପ୍ରଥମ ସାଉଦି ଗସ୍ତ । କଶ୍ମୀର ପ୍ରସଙ୍ଗରେ ସାଉଦି ପୂର୍ବରୁ ଭାରତକୁ ସମର୍ଥନ ଜଣାଇସାରିଛି ।