ଓଡିଆନ୍ ନ୍ୟୁଜ

148

ସିକନ୍ଦରାବାଦ୍‍ରେ ଓଡ଼ିଆ ପାଣିପାଇପ୍‍ ମିସ୍ତ୍ରୀଙ୍କ ସନ୍ଦେହଜନ ମୃତ୍ୟୁ ।

Team Odian News |

ସିକନ୍ଦରାବାଦ୍‍ରେ ଓଡ଼ିଆ ପାଣିପାଇପ୍‍ ମିସ୍ତ୍ରୀଙ୍କ ସନ୍ଦେହଜନ ମୃତ୍ୟୁ ।
 ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପରିବାର ପକ୍ଷରୁ ଆକୁଳ ନିବେଦନ  । 
କେନ୍ଦ୍ରାପଡ଼ା,୧୦/୧୦( ଓଡ଼ିଆନ୍‍ ନ୍ୟୁଜ୍‍ ):ଓଡ଼ିଆ ଯୁବ ପାଣି ପାଇପ୍‍ ମିସ୍ତ୍ରୀଙ୍କର ସିକନ୍ଦରାବାଦ୍‍ ଠାରେ ସନ୍ଦେହଜନକ ମୃତ୍ୟୁ ଘଟିଛି  । ମୃତ ଯୁବକ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ୍‍ ବରୁଣାଡ଼ିଆ ଗ୍ରାମର ସୁବାଶ ସେନାପତିଙ୍କ ପୁଅ ଦେବାଶିଷ  । ମାତ୍ର ୨୦ ବର୍ଷ ବୟସରେ ଦେବାଶିଷ ସିକନ୍ଦରାବାଦ୍‍ ସ୍ଥିତ  ପାପିରେଡ଼ି ନଗର, ପୋଚମ ମନ୍ଦିର, ଜଗତ୍‍ଗିରି ଗୁଟ୍ଟା ଠାରେ ରହୁଥିଲେ  । ପାଣିପାଇପ୍‍ ମିସ୍ତ୍ରୀ ଭାବେ ଦେବାଶିଷ ସେଠାରେ ନବ ବିବାହିତ ସ୍ତ୍ରୀ ଭାଗ୍ୟଶ୍ରୀଙ୍କ ସହିତ ରହୁଥିଲେ  । ହେଲେ ଗତ ୪ ତାରିଖ ଭୋର ସମୟରେ ଭାଗ୍ୟଶ୍ରୀଙ୍କ ମୋବାଇଲରୁ ତାଙ୍କ ଘର ରାଜକନିକା ବରୁଣାଡ଼ିଆ ଘରକୁ ପୁଅ ଦେବାଶିଷ  ଗୁରୁତର ଅବସ୍ଥାରେ ଥିବାର ଖବର ଦେଇଥିଲେ  । ଏହି ଖବର ପାଇଁ ଦେବାଶିଷଙ୍କ ବାପା ଏବଂ ସଂପର୍କୀୟମାନେ ସିକନ୍ଦରାବାଦ୍‍କୁ ଯାଇଛନ୍ତି  । ହେଲେ ସେଠାରେ ପୁଅ ଦେବାଶିଷର ପାରିପାର୍ଶିକ ଘଟଣା ଜାଣିବା ପରେ ତାର ମୃତ୍ୟୁ ଅଧିକ ସନ୍ଦେହଜନକ ହୋଇପଡ଼ିଛି  । ଦେବାଶିଷଙ୍କ ବେକରେ ତାର ଗୁଡ଼ାଇ ହୋଇଥିବାର ଚିହ୍ନ ଦେଖାଯାଉଥିବା  ବେଳେ ତାର ସ୍ତ୍ରୀ ଭାଗ୍ୟଶ୍ରୀଙ୍କ କଥାରେ ତାଳମେଳ ରହୁନଥିବାର ଦେବାଶିଷଙ୍କ ବଡ଼ ଭାଇ ଅଭିଯୋଗ କରିଛନ୍ତି  । ଏହା ସହିତ ମାତ୍ର ଛଅ ମାସ ତଳେ ଦେବାଶିଷ  ଭାଗ୍ୟଶ୍ରୀଙ୍କୁ ପ୍ରେମ ବିବାହ କରିଥିଲେ  । ଉଭୟ ଘରୁ ପଳାଇଯାଇଥିଲେ  । ପରେ ପରିବାର ପକ୍ଷରୁ ସିକନ୍ଦରାବାଦ୍‍ ଠାରେ ବୈଦିକମତେ ବିବାହ କରାଇଥିଲେ  । ହେଲେ ବିବାହର ଛଅ ମାସ ପରେ ସ୍ୱାମୀସ୍ତ୍ରୀ ଗୋଟିଏ ଘରେ ରହୁଥିବା ବେଳେ ଏଭଳି ଅଘଟଣ ସାଧାରଣରେ ସନ୍ଦେହ ସୃଷ୍ଟି କରିଛି  । ପୁଅର ଅକାଳ ମୃତ୍ୟୁ ଘଟଣା ପରିବାରରେ ଦୁଃଖର ଛାୟା ଖେଳିଯାଇଛି  ।  ଏଭଳି ଦାରୁଣ ଦୁଃଖକୁ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି ଦେବାଶିଷଙ୍କ ସାଙ୍ଗସାଥୀ ଏବଂ ପଡ଼ୋଶୀମାନେ  । ଏହି ଘଟଣାରେ ପୁଅ ଦେବାଶିଷର ମୃତ୍ୟୁ ସନ୍ଦେହ ଜନକ ବୋଲି ବାପା ସୁବାଶ ସେନାପତି ସିକନ୍ଦରାବାଦ୍‍ ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି  । ଏହା ସହିତ ପରିବାର ଏବଂ  ସମାଜସେବୀ ଭଗବାନ ସେଠୀଙ୍କ ପକ୍ଷରୁ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଲିଖିତ ଭାବେ ଘଟଣାର ସତ୍ୟାସତ୍ୟ ଉନ୍ମମୋଚନ କରିବା ସହିତ ଦୋଷୀଙ୍କୁ ଦଣ୍ଡ ମିଳିବା ନେଇ ଅନୁରୋଧ ଜଣାଇଛନ୍ତି  ।  ସିକନ୍ଦରାବାଦ୍‍ ଡ଼ିଜିପି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ଓଡ଼ିଆ ଯୁବକଙ୍କ ମୃତ୍ୟୁ ଘଟଣାର ପରଦା ଘଟାଇବା ପାଇଁ ସାଧାରଣରେ ଦାବି ହେଉଛି  ।