ଓଡିଆନ୍ ନ୍ୟୁଜ

16

ଜମ୍ମୁ ଓ କଶ୍ମୀରରେ ପାଞ୍ଚ ଜଣ ପଶ୍ଚିମବଙ୍ଗ ଶ୍ରମିକ ହତ୍ୟା ଘଟଣାରେ କ୍ଷୋଭ ପ୍ରକାଶ କଲେ ମମତା ବାନାର୍ଜୀ

Team Odian News |

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ଜମ୍ମୁ ଓ କଶ୍ମୀରର କୁଲ୍‌ଗାମ୍‌ ଠାରେ ଆତଙ୍କବାଦୀଙ୍କ ଦ୍ୱାରା ପାଞ୍ଚଜଣ ମୁର୍ଶିଦାବାଦୀ ଶ୍ରମିକ ନିହତ ହେବା କଥାରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କ୍ଷୋଭ ଓ ଦୁଃଖ ପ୍ରକାଶ କରିଛନ୍ତି। ସେ ଶ୍ରମିକମାନଙ୍କର ପରିବାରବର୍ଗଙ୍କୁ ସମସ୍ତ ପ୍ରକାର ଆବଶ୍ୟକୀୟ ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

ମମତା ଟୁଇଟ୍‌ କରିଛନ୍ତି: କଶ୍ମୀରରେ ପାଶବିକ ହତ୍ୟା ଯୋଗୁଁ ଆମେ ଆଘାତପ୍ରାପ୍ତ ଓ ଅତି ଦୁଃଖିତ। କଥା ମୃତବ୍ୟକ୍ତିଙ୍କ ପରିବାରବର୍ଗଙ୍କର ଦୁଃଖ ଦୂର କରିବ ନାହିଁ। ଏହି ବିୟୋଗାନ୍ତ ପରିସ୍ଥିତିରେ ସେ ପରିବାରବର୍ଗଙ୍କୁ ସମସ୍ତ ସହାୟତା ଯୋଗାଇ ଦିଆଯିବ। ନିହତ ପାଞ୍ଚ ଶ୍ରମିକ କଶ୍ମୀରରେ ଦିନ ମଜୁରିଆ ଭାବେ କାମ କରୁଥିଲେ। ସେମାନଙ୍କ ବ୍ୟତୀରେକେ, ଅନ୍ୟ ଜଣେ ଶ୍ରମିକ ମଧ୍ୟ ଏହି ଆକ୍ରମଣରେ ଆହତ ହୋଇଥିଲେ। ପାଞ୍ଚ ମୃତ ଶ୍ରମିକଙ୍କ ପରିଚୟ ହେଉଛି- ଶେଖ୍‌ କମ୍‌ରୁଦ୍ଦିନ୍‌, ଶେଖ୍‌ ଏମ୍‌ ରଫିକ୍‌, ଶେଖ୍‌ ମୁର୍ଣ୍ଣସୁଲିନ୍‌, ଶେଖ୍‌ ନିଜାମଉଦ୍ଦିନ୍‌ ଏବଂ ମହମ୍ମଦ ରଫି ଶେଖ୍‌। ଆହତ ଶ୍ରମିକଙ୍କ ନାମ ଜହୂରଉଦିନ୍‌। ଗୋଟିଏ ସପ୍ତାହ ମଧ୍ୟରେ ଏହା ହେଉଛି କଶ୍ମୀରରେ ଆତଙ୍କବାଦୀମାନଙ୍କର ଚତୁର୍ଥ ଆକ୍ରମଣ।