ଓଡିଆନ୍ ନ୍ୟୁଜ

111

ନବମ ଶ୍ରେଣୀ ଛାତ୍ରୀଙ୍କୁ , ୪ ଜଣ ଯବାନ ଗଣ ବଳାତ୍କାର କରିଥିବା ଅଭିଯୋଗ

Team Odian News |

ନବମ ଶ୍ରେଣୀ ଛାତ୍ରୀଙ୍କୁ , ୪ ଜଣ ଯବାନ ଗଣ ବଳାତ୍କାର କରିଥିବା ଅଭିଯୋଗ

କୋରାପୁଟ,୧୧/୧୦( ଓଡ଼ିଆନ୍‍ ନ୍ୟୁଜ୍‍): କୋରାପୁଟ ଜିଲ୍ଲା ପଟାଙ୍ଗୀ ଥାନା ଅନ୍ତର୍ଗତ କୁନ୍ଦୁଲି ନିକଟସ୍ଥ ଲେଞ୍ଜିଗୁଡାରେ ଥିବା ସେବାଶ୍ରମ ବିଦ୍ୟାଳୟର ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ କୋବ୍ରା ବାଟାଲିୟନର ୪ ଜଣ ଯବାନ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହାପରେ ଛାତ୍ରୀ ଜଣଙ୍କ ଗୁରୁତର ହୋଇପଡିଛନ୍ତି । ପୀଡିତାଙ୍କୁ ତୁରନ୍ତ ନିକଟସ୍ଥ  କୁନ୍ଦୁଲି ସ୍ୱାସ୍ଥ୍ୟ କେନ୍ଦ୍ର ପରେ ଅଧିକ ଚିକିତ୍ସା ପାଇଁ କୋରାପୁଟକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଯୋଗ୍ୟ ଛାତ୍ରୀ ଜଣକ ବିଦ୍ୟାଳୟରୁ ଘରକୁ ଫେରୁଥିବା ସମୟରେ ଏହି ଯବାନମାନେ ତାଙ୍କୁ ଜଙ୍ଗଲ ଭିତରକୁ ଟେକି ନେଇ ଗଣବଳାତ୍କାର କରିଥିବା ପୀଡିତାଙ୍କ ଭାଇ ଅଭିଯୋଗ କରିଛନ୍ତି । ଏହାପରେ ଗୁରୁତର ଅବସ୍ଥାରେ ଛାତ୍ରୀ ଜଣକ ଘରକୁ ଆସି ପରିବାର ଲୋକଙ୍କୁ ସମସ୍ତ ଘଟଣା ଜଣାଇଥିଲେ।  ଘରଲୋକ ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନେଇଥିଲେ । ଏହି ଖବର ପ୍ରଚାରିତ ହେବାପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି । ସ୍ଥାନୀୟ ଲୋକ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଲୋକମାନେ ୨୬ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି । ପୁଲିସ ୪ ଜଣ କୋବ୍ରା ଯବାନଙ୍କ ନାମରେ ମାମଲା ରୁଜୁ କରିଛି।