ଓଡିଆନ୍ ନ୍ୟୁଜ

27

ଟ୍ରେନରେ ଲାଗିଗଲା ନିଆଁ

Team Odian News |

ଇସଲାମାବାଦ: ଟ୍ରେନରେ ନିଆଁ ଲାଗିଯିବାରୁ ୧୬ ଜଣଙ୍କର ମୃତ୍ୟୁ ଘଟିଛି ୧୦ରୁ ଅଧିକ ଆହତ ହୋଇଛନ୍ତି। ଆଜି ସକାଳେ ତେଜଗମ ଏକ୍ସପ୍ରେସ ପାକିସ୍ତାନର କରାଚିରୁ ରାୱଲପିଣ୍ଡିକୁ ଯାଉଥିବା ବେଳେ ରହିମ ୟାର ଖାନ ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି।ଟ୍ରେନରେ ଏକ ସିଲିଣ୍ଡର ବିସ୍ଫୋରଣ କରିବାରୁ ତିନୋଟି ବଗିରେ ନିଆଁ ଲାଗିଯାଇଥିଲା ବୋଲି ମିଡିଆ ରିପୋର୍ଟରୁ ଜଣାପଡ଼ିଛି। ନିଆଁ ଜୋରରେ ଲାଗିଥିବାରୁ ପ୍ରବଳ ଧୂଆଁ ବାହାରୁଛି। ଫଳରେ ଅନେକ ଲୋକ ଅଣନିଶ୍ୱାସୀ ହୋଇ ମୃତ୍ୟୁ ବରଣ କରିଥିବା ସୂଚନା ରହିଛି। ଟ୍ରେନଟି ଦୈନିକ କରାଚିରୁ ରାଓ୍ଲଲପିଣ୍ଡିରୁ ଯାଏ। ଯେଉଁ ତିନି ବଗିରେ ନିଆଁ ଲାଗିଛି ସେଥିରେ କେତେ ଜଣ ଯାତ୍ରୀ ଥିଲେ ସେ ନେଇ ସୂଚନା ମିଳିନାହିଁ।