ଓଡିଆନ୍ ନ୍ୟୁଜ

20

ଫୋନ୍‌ରେ କଥା ହେଲେ ଗ୍ରାହକଙ୍କୁ ମିଳିବ ଟଙ୍କା

Team Odian News |

ଫୋନ୍‌ରେ କଥା ହେଲେ ଗ୍ରାହକଙ୍କୁ ମିଳିବ ଟଙ୍କା

ନୂଆଦିଲ୍ଲୀ: ସାଧାରଣତଃ ନିଜ ମୋବାଇଲ୍‌ ନେଟ୍‌ୱର୍କକୁ ଛାଡ଼ିଦେଲେ ଅନ୍ୟ ମୋବାଇଲ୍‌ ନେଟ୍‌ୱର୍କକୁ ଫୋନ୍‌ କଲେ ଗ୍ରାହକଙ୍କୁ ଟଙ୍କା(ଚାର୍ଜ) ଦେବାକୁ ପଡ଼ିଥାଏ। ହେଲେ ବିଏସ୍‌ଏନ୍‌ଏଲ୍‌ ଦେଶର ମୋବାଇଲ ଉପଭୋକ୍ତାଙ୍କୁ ଆକୃଷ୍ଟ କରିବା ପାଇଁ ଏକ ନୂଆ ପ୍ଲାନ୍ ଘୋଷଣା କରିଛି।

ବିଏସ୍‌ଏନ୍‌ଏଲ୍‌ର ଏହି ପ୍ଲାନ୍ ଅନୁଯାୟୀ ଗ୍ରାହକମାନେ ଅନ୍ୟ ମୋବାଇଲ ନେଟଓ୍ୱର୍କକୁ ଫୋନ୍ କଲେ ପ୍ରତି ୫ ମିନିଟରେ ୬ ପଇସା କ୍ୟାସବ୍ୟାକ୍‌ ପାଇବେ । ଏହା ବିଏସ୍‌ଏନ୍‌ଏଲ୍‌ର Wireline, Broadband ଓ FTTH ଗ୍ରାହକଙ୍କ ପାଇଁ ଉପଲ୍ଲବ୍ଧ ବୋଲି ଜଣାପଡ଼ିଛି।

ଇଣ୍ଟରକନେକ୍ସନ ୟୁଜେସ ଚାର୍ଜ (ଆଇୟୁସି)କୁ ନେଇ ଦେଶର ଜିଓ ଗ୍ରାହକ ଏବେ କମ୍ପାନୀ ପ୍ରତି ବିମୁଖ ହୋଇଛନ୍ତି। ଠିକ୍ ଏହି ସମୟରେ ବିଏସଏନଏଲ ତା’ର ଏଭଳି ଏକ ପ୍ଲାନ୍‌ ଘୋଷଣା କରିଛି।

ଆୟୁସି ଚାର୍ଜ ମିନିଟ୍ ପିଛା ୬ ପଇସା ନେବ ବୋଲି ଗତମାସରେ ଜିଓ ଘୋଷଣା କରିଥିଲା। ଜିଓର ପ୍ରତିଦ୍ୱନ୍ଦୀ କମ୍ପାନୀ ଏୟାରଟେଲ୍ ଓ ଭୋଡାଫୋନ କିନ୍ତୁ ଆୟୁସି ନେବେ ନାହିଁ ବୋଲି ଘୋଷଣା କରିସାରିଛନ୍ତି।

ସୂଚନାଯୋଗ୍ୟ, ଆର୍ଥିକ କ୍ଷତିରେ ଚାଲୁଥିବାରୁ ସରକାର ବିଏସଏନଏଲକୁ ବନ୍ଦ କରିବାକୁ ଯୋଜନା କରୁଥିବା ନେଇ ନିକଟରେ ଚର୍ଚ୍ଚା ହୋଇଥିଲା। ଯାହାକୁ କମ୍ପାନୀ ଗୁଜବ ବୋଲି କହିଥିଲା। ଏହାପରେ କେନ୍ଦ୍ର ସରକାର ନିକଟରେ Mahanagar Telephone Nigam Ltd (MTNL)କୁ ବିଏସଏନଏଲ ସହ ମିଶ୍ରଣ ପାଇଁ ଅନୁମତି ଦେଇଥିଲେ।