ଓଡିଆନ୍ ନ୍ୟୁଜ

62

ରିଲିଜ୍ ହେଲା ଫିଲ୍ମ ‘ବାଳ-ଦି ରିଦିମ ଅଫ୍ ଲାଇଫ୍’

Team Odian News |

ରିଲିଜ୍ ହେଲା ଫିଲ୍ମ ‘ବାଳ-ଦି ରିଦିମ ଅଫ୍ ଲାଇଫ୍’

ଭୁବନେଶ୍ୱର: ବାଳ ଉପୁଡ଼ି ଚନ୍ଦା ହେବା ସମସ୍ୟାକୁ ନେଇ ତରଙ୍ଗ ସିନେ ପ୍ରଡକ୍ସନର ଫିଲ୍ମ ‘ବାଳ-ଦି ରିଦିମ ଅଫ୍ ଲାଇଫ୍’ ଆଜି  ରିଲିଜ ହୋଇଛି।

ଫିଲ୍ମର ପ୍ରିମିୟର ଶୋ’ କଟକ ଜୟଶ୍ରୀ ସିନେମା ହଲ୍‌ରେ ଅନୁଷ୍ଠିତ ହୋଇଛି। ଆଜିର ଏହି ପ୍ରିମିୟର ଶୋ’ରେ ବିଶେଷ କରି ଚନ୍ଦା ବ୍ୟକ୍ତିଙ୍କ ପାଇଁ ଏକ ଅଫର ଥିଲା। ସେମାନେ ଏହି ଫିଲ୍ମକୁ ମାଗଣାରେ ଦେଖିବା ପାଇଁ ବ୍ୟବସ୍ଥା କରାଯାଇଥିଲା।

ଫିଲ୍ମରେ ଲିଡ୍‌ ରୋଲ୍‌ରେ ଅଛନ୍ତି ସମୀର, ଦିବ୍ୟା ଓ ଅନନ୍ୟା। ଏହାର ନିର୍ଦ୍ଦେଶନା ଦେଇଛନ୍ତି ଅମର ପତି। ୨୦୧୮ ଅକ୍ଟୋବର ୫ରେ ଏହି ଟାଇଟଲ ଉତ୍କଳ ସିନେ ଚାମ୍ବର ଅଫ୍ କମର୍ସରେ ପଞ୍ଜୀକରଣ କରାଯାଇଥିଲା। ଏହି ସିନେମାରେ ସ୍ୱର୍ଗତ ଅଭିନେତା ସଲିଲ ମିତ୍ର ଅଭିନୟ କରିଛନ୍ତି।