ଓଡିଆନ୍ ନ୍ୟୁଜ

20

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କଲେ ନିର୍ବାଚନ କମିସନ

Team Odian News |

ନୂଆଦିଲ୍ଲୀ: ୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭା ପାଇଁ ଆସନ୍ତା ନଭେମ୍ବର ୩୦ ତାରିଖ ଠାରୁ ୫ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ନିର୍ବାଚନ କମିଶନ  ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ମତଦାନ ନଭେମ୍ବର ୩୦ ତାରିଖରେ, ଦ୍ବିତୀୟ ପର୍ଯ୍ୟାୟ ଡିସେମ୍ବର ୭, ତୃତୀୟ ପର୍ଯ୍ୟାୟରେ ଡିସେମ୍ବର ୧୨, ଚତୁର୍ଥ ପର୍ଯ୍ୟାୟରେ ଡିସେମ୍ବର ୧୬ ଓ ପଞ୍ଚମ ତଥା ଶେଷ ପର୍ଯ୍ୟାୟ ଡିସେମ୍ବର ୨୦ ତାରିଖରେ ଅନୁଷ୍ଠିତ ହେବ। ୨୩ ଡିସେମ୍ବରରେ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ।ଚଳିତ ନିର୍ବାଚନର କାର୍ଯ୍ୟକାଳ ଆସନ୍ତା ୨୦୨୦ ଜାନୁୟାରୀ ୫ ତାରିଖରେ ଶେଷ ହେବାକୁ ଥିବା ବେଳେୂ ଏହା ପୂର୍ବରୁ ନୂତନ ବିଧାନସଭା ଗଠନ ପାଇଁ ସମସ୍ତ ପ୍ରକ୍ରିୟାକୁ ଶେଷ କରାଯିବ। ଝାଡ଼ଖଣ୍ଡ ବିଧାନମଭା ପାଇଁ ଆଜି ନିର୍ବାଚନ କମିଶନ ତାରିଖ ଘୋଷଣା କରିବା ପରେପରେ ଆଜିଠାରୁ ଝା‌ଡଖଣ୍ଡରେ ଆଦର୍ଶ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇ ଯାଇଛି।