ଓଡିଆନ୍ ନ୍ୟୁଜ

137

ପ୍ଲାଷ୍ଟିକ ଚାଉଳ ଖାଇ ଅସୁସ୍ଥ ହୋଇଥିବା ମହିଳାଙ୍କର ମୃତ୍ୟୁ ଅଭିଯୋଗ

Team Odian News |

ପ୍ଲାଷ୍ଟିକ ଚାଉଳ ଖାଇ  ଅସୁସ୍ଥ ହୋଇଥିବା ମହିଳାଙ୍କର ମୃତ୍ୟୁ ଅଭିଯୋଗ

ସମ୍ବଲପୁର,୧୧/୧୦(ଓଡ଼ିଆନ୍‍ ନ୍ୟୁଜ୍‍): ସମ୍ବଲପୁର ଜିଲା  ଖେତରାଜପୁର ଚନ୍ଦନନଗର ବଙ୍ଗଲା ପଡାର ଜଣେ ମହିଳା ପ୍ଲାଷ୍ଟିକ ଚାଉଳ ଖାଇ ଅସୁସ୍ଥ ହୋଇ ପଡିବା ପରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଗତ ୬ ତାରିଖରେ ବଙ୍ଗଲାପଡାର ଚନ୍ଦନା ମହାତୋ ଓ ତାଙ୍କ ପରିବାର ଲୋକ , ବଂଶୀବାଲା ବ୍ରାଣ୍ଡର ଚାଉଳ ରୋଷାଇ କରି ଖାଇବା ପରେ ଅସୁସ୍ଥ ହୋଇ ପଡିଥିଲେ । ଚନ୍ଦନାଙ୍କୁ ପ୍ରଥମେ ଏକ ବେସରକାରୀ ଚିକିତ୍ସାଳୟ ପରେ ବୁର୍ଲା ମେଡିକାଲ କଲେଜକୁ ଅଧିକ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଥିଲା । ମଙ୍ଗଳବାର ଅପରାହ୍ନରେ ତାଙ୍କର ମୃତ୍ୟୁ  ହୋଇଛି। ପ୍ଲାଷ୍ଟିକ ଚାଉଳ ଖାଇ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ବଂଶୀବାଲା ବ୍ରାଣ୍ଡର ଏହି ଚାଉଳ ପ୍ଲାଷ୍ଟିକ ଚାଉଳ ବୋଲି ପରିବାର ଲୋକ ଅଭିଯୋଗ କରିଥିଲେ। ସନ୍ତୋଷ ଟ୍ରେଡର୍ସରୁ ଏହି ଚାଉଳ କିଣିଥିବା ଅଭିଯୋଗ ହୋଇଥିଲା । ପରେ ଜିଲା ପ୍ରଶାସନ ଓ ପୁଲିସ ସନ୍ତୋଷ ଟ୍ରେଡସକୁ ସିଲ କରିବା ସହ ୫୧ଟି ଚାଉଳ ବସ୍ତା ଜବତ କରିଛନ୍ତି ।