ଓଡିଆନ୍ ନ୍ୟୁଜ

12

ବାଂଲାଦେଶ ଆଡକୁ ମୁହାଁଇଛି ବାତ୍ୟା ବୁଲବୁଲ

Team Odian News |

ନୂଆଦିଲ୍ଲୀ : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଡିପ୍ରେସନରେ ପରିଣତ ହୋଇ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି ।ବଦଳୁଛି ବାତ୍ୟାର ଗତିପଥ। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ, ଅବପାତର ରୂପ ନେଇସାରିଥିବା ବେଳେ ଆଗାମୀ ୧୨ ଘଣ୍ଟା ମଧ୍ୟରେ ଡିପ୍ ଡିପ୍ରେସନ୍ ଓ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେବ। ଶେଷ ସୂଚନା ଅନୁଯାୟୀ,  ଅବପାତ ପାରାଦୀପଠାରୁ ୯ଶହ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ଥିଲା। ପ୍ରଥମେ ଏହା ପଶ୍ଚିମ-ଉତ୍ତର ପଶ୍ମିମ ଦିଗରେ ଗତି କରିବ। ଏହାପରେ ଗତିପଥ ବଦଳାଇ ଉତ୍ତର-ଉତ୍ତର ପଶ୍ମିମ ଦିଗ ଅର୍ଥାତ ପଶ୍ଚିମବଙ୍ଗ, ତତ୍ ସଂଲଗ୍ନ ଉତ୍ତର ଓଡ଼ିଶା ଏବଂ ବାଂଲାଦେଶ ଉପକୂଳ ଆଡ଼କୁ ମୁହାଁଇବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ତେବେ ଓଡ଼ିଶା ଉପକୂଳକୁ ବାତ୍ୟା ଛୁଇଁନପାରେ ବୋଲି କହିଛନ୍ତି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । କିନ୍ତୁ ଏହାର ପ୍ରଭାବରେ ଉତ୍ତର ଓ ଉପକୂଳ ଓଡ଼ିଶାରେ ପବନ ସହ ବର୍ଷ ହେବ ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ରହିପାରେ। ତେଣୁ ମତ୍ସଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବାକୁ କୁହାଯାଇଛି।  ଏହାର ନାଁ ରଖାଯାଇଛି ବୁଲବୁଲ । ତେବେ ଏହା ଓଡ଼ିଶା ଉପକୂଳ ନଛୁଇଁବାର ସମ୍ଭାବନା ରହିଛି । ଏହା ଉତ୍ତର ଦିଗକୁ ଗତି କରି ଆସନ୍ତା ୮ ତାରିଖ ସୁଦ୍ଧା ଏକ ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇ ବାଂଲାଦେଶ ବା ମିଆମାର ଉପକୂଳରେ ସ୍ଥଳଭାଗ ଛୁଇଁବଅନ୍ୟପକ୍ଷରେ ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ମହା ଗୁରୁବାର ପୂର୍ବାହ୍ଣରେ ଗୁଜୁରାଟ ଉପକୂଳ ଛୁଇଁବ । ତେବେ ସ୍ଥଳଭାଗ ଛୁଇଁବାବେଳକୁ ଏହାର ଶକ୍ତି ହ୍ରାସ ପାଇଥିବ ବୋଲି ଆଇଏମଡି କହିଛି ।|ସେପଟେ ସମ୍ଭାବ୍ୟ ବର୍ଷାକୁ ନେଇ ୧୫ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବା ପାଇଁ ଚିଠି ଲେଖିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର୍। ମୁକାବିଲା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ କୁହଯାଇଛି। ସମ୍ଭାବ୍ୟ ବାତ୍ୟା ନେଇ ଆଦୌ ଆତଙ୍କିତ ନହେବାକୁ ପରାମର୍ଶ ଦେଇଛନ୍ତି ଏସ୍ଆରସି।  ସେପଟେ ବାତ୍ୟା ଆଶ୍ରୟ ସ୍ଥଳୀଗୁଡିକରେ ଜିଲ୍ଲାପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି।  ଏଣେ ଧାନ ଅମଳ ସମୟ ହୋଇଥିବାରୁ ବର୍ଷାକୁ ନେଇ ଚାଷୀଙ୍କ ମଧ୍ୟରେ ଛନକା ପଶିଛି। ବର୍ଷା ହେବା ପୂର୍ବରୁ ପାଚି ଯାଇଥିବା ଧାନ ତୁରନ୍ତ କାଟିନେଇ ସୁରକ୍ଷିତ ସ୍ଥାନରେ ରଖିବାକୁ କୁହାଯାଇଛି। ସେହିପରି ଅମଳ ହୋଇଥିବା ଧାନକୁ ପଲିଥିନ୍ ଘୋଡାଇ ସୁରକ୍ଷିତ ରଖିବା ଏବଂ ଚିନାବାଦାମ୍, ମୁଗ ଓ ବିରି ଆଦି ନିରାପଦ ସ୍ଥାନକୁ ନେବାକୁ ଜାରି ହୋଇଛି ଆଡ଼ଭାଇଜାରୀ। ଅବପାତ, ବାତ୍ୟାର ରୂପ ନେବା ପରେ ଏହା କେଉଁ ସ୍ଥାନରେ ସ୍ଥଳଭାଗକୁ ଛୁଇଁବ ଏବଂ ଏହାର ପ୍ରଭାବ କେତେ ରହିବ ସେ ନେଇ ଚିତ୍ର ସ୍ପଷ୍ଟ ହେବ।