ଓଡିଆନ୍ ନ୍ୟୁଜ

115

ଜାତୀୟ ସେବା ଯୋଜନାର କେନ୍ଦ୍ରାପଡ଼ା ଜିଲାସ୍ତରୀୟ ଆଞ୍ଚଳିକ କର୍ମଶାଳା ।

Team Odian News |

ଜାତୀୟ ସେବା ଯୋଜନାର କେନ୍ଦ୍ରାପଡ଼ା ଜିଲାସ୍ତରୀୟ ଆଞ୍ଚଳିକ କର୍ମଶାଳା  । 
କେନ୍ଦ୍ରାପଡ଼ା,୧୦/୧୦( ଓଡ଼ିଆନ୍‍ ନ୍ୟୁଜ୍‍ ): ରାଜକନିକା ଏସ୍‍ଏନ୍‍ କଲେଜ ପରିସରରେ ଜାତୀୟ ସେବା ଯୋଜନାର କେନ୍ଦ୍ରାପଡ଼ା ଜିଲାସ୍ତରୀୟ ଆଞ୍ଚଳିକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି  । କଲେଜର ଅଧ୍ୟକ୍ଷ ପ୍ରଫେସର ବୈକୁଣ୍ଠନାଥ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ଅତିଥି ଭାବେ ରାଜ୍ୟ ସରକାରଙ୍କ ଉପ ସଚିବ ଡ଼କ୍ଟର ଉପେନ୍ଦ୍ର ନାରାୟଣ ସାହୁ, ଉକ୍ରଳ ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନାର ସଂଯୋଜକ ଡ଼କ୍ଟର ମନୋରଞ୍ଜନ ମହାନ୍ତି ଏବଂ କେନ୍ଦ୍ରାପଡ଼ା ଜିଲା ପୋଗ୍ରାମ ଅଫିସର ଶିଶିର କୁମାର ମହାପାତ୍ର ଯୋଗଦେଇ ଜାତୀୟ ସେବା ଯୋଜନାର କାର୍ଯ୍ୟାବଳି ସହିତ ଯୋଜନାର ବିଭିନ୍ନ ଦିଗ ଉପରେ ଆଲୋକପାତ୍‍ କରିଥିଲେ  । ପ୍ରାଧ୍ୟାପକ ଡ଼କ୍ଟର ଅତନୁ କୁମାର ମହାପାତ୍ର ସଂଯୋଜନା କରିଥିଲେ  । ଏହି ଅବସରରେ ଅଧ୍ୟାପିକା ନିରୂପମା ବଳ, ଅଧ୍ୟାପକ ପ୍ରଭାକର ଦାସ, ଅଧ୍ୟାପିକା ମିଥିଲା ଦାସ, ଅଧ୍ୟାପକ ମିର୍ଜା ଇବ୍ରାହିମ୍‍ ବେଗ୍‍ ଏବଂ ସ୍ୱେଚ୍ଛାସେବୀ ଗୌତମ କୁମାର ସାହୁ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ  । ଏସ୍‍ଏନ୍‍ କଲେଜର ଜାତୀୟ ସେବା ଯୋଜନାର ପୋଗ୍ରାମ ଅଫିସର ଅଧ୍ୟାପକ ଦେବଦାସ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କଲେଜର ପୋଗ୍ରାମ ଅଫିସର ଅଧ୍ୟାପକ ଚିନ୍ମୟ ଚିରସୁନ୍ଦର ଦାସ ଧନ୍ୟବାଦ୍‍ ଅର୍ପଣ କରିଥିଲେ  । ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତଗାନ କରାଯାଇଥିବା ବେଳେ ପଟ୍ଟାମୁଣ୍ଡାଇ କଲେଜର ପୋଗ୍ରାମ ଅଫିସର ଅଧ୍ୟାପକ ମନୋରଞ୍ଜନ ମହାନ୍ତିଙ୍କ ପରଲୋକରେ ଶୋକପ୍ରକାଶ କରାଯାଇଥିଲା  । ଅଧ୍ୟାପିକା ଚିତ୍ରକାନ୍ତି ସେଠୀ ଏବଂ ଅଧ୍ୟାପିକା ବନ୍ଦନା ନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ  ।  ଏସ୍‍ଏନ୍‍ କଲେଜର ଜାତୀୟ ସେବା ଯୋଜନାର ଛାତ୍ରଛାତ୍ରୀ ମାନେ ସହଯୋଗ କରିଥିଲେ  ।  ଏହି କର୍ମଶାଳାରେ କେନ୍ଦ୍ରାପଡ଼ା ଜିଲାର ସମସ୍ତ କଲେଜର ଅଧ୍ୟକ୍ଷ ଏବଂ ଜାତୀୟ ସେବା ଯୋଜନାର ପୋଗ୍ରାମ ଅଫିସରମାନେ ଯୋଗଦେଇଥିଲେ  ।