ଓଡିଆନ୍ ନ୍ୟୁଜ

11

ବାତ୍ୟାକୁ ନଜରରେ ରଖି ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛନ୍ତି ଗୁଜରାଟ ସରକାର।

Team Odian News |

ନୂଆଦିଲ୍ଲୀ:  ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ ‘ବୁଲ୍‌ବୁଲ୍’ ଘଣ୍ଟାକୁ ୯ କି.ମି. ବେଗରେ ଉତ୍ତର-ପଶ୍ଚିମ ଦିଗକୁ ମାଡ଼ି ଆସୁଥିବା ବେଳେ ଆରବ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼ମହା ଘଣ୍ଟା ପ୍ରତି ୨୧ କିଲୋମିଟର ବେଗରେ ମାଡ଼ି ଆସୁଛି। ଏହା ଗୁଜରାଟ ଉପକୂଳ ଦେଇ ଅତିକ୍ରମ କରିବା ନେଇ ଆଶଙ୍କା ରହିଛି। ଘଣ୍ଟା ପ୍ରତି ୨୧ କିଲୋମିଟର ବେଗରେ ଗତି କରୁଥିବା ମହା ଡିଉ ଓ ପୋରବନ୍ଦର ମଧ୍ୟବର୍ତ୍ତୀ ଅଞ୍ଚଳରେ ଅତିକ୍ରମ କରିବ ବୋଲି ଭାରତୀୟ ପାଣିପାଗ କେନ୍ଦ୍ର ଆକଳନ କରୁଛି। ଆଜି ଅପରାହଣରେ ଗୁଜରାଟ ଉପକୂଳ ଛୁଇଁପାରେ। ଗୁଜରାଟ ଉପକୂଳ ଛୁଇଁବା ପରେ ଧୀରେ ଧୀରେ ତା’ର ପ୍ରକୋପ କମିବ। ବାତ୍ୟାକୁ ନଜରରେ ରଖି ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛନ୍ତି ଗୁଜରାଟ ସରକାର। ପ୍ରଭାବରେ ଗୁରୁବାର ପରଠୁ ସ୍ଥାନେ ସ୍ଥାନେ ମଧ୍ୟ ଅତ୍ୟଧିକ ବର୍ଷା ଏବଂ ଅଧିକାଂଶ ଅଞ୍ଚଳରେ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏହି ସମୟ ମଧ୍ୟରେ ପବନର ବେଗ ଘଣ୍ଟା ପ୍ରତି ୭୦ରୁ ୮୦ କିଲୋମିଟର ହେବା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି। ପବନର ବେଗ ଘଣ୍ଟାପ୍ରତି ୯୦ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ଆସନ୍ତାକାଲି ସନ୍ଧ୍ୟା ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ କରିଛି ଭାରତୀୟ ପାଣିପାଗ ବିଭାଗ ବା ଆଇଏମଡି।